ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଭିଏଲ୍ଡବ୍ଲ୍ୟୁ ସ୍ମିତାରାଣୀ ମୃତ୍ୟୁ ମାମଲା ଏବେ ଭିନ୍ନ ମୋଡ଼ ନେବାରେ ଲାଗିଛି । ସ୍ମିତାରାଣୀଙ୍କ ସ୍ୱାମୀ ସୁଶୀଲ ବିଶ୍ୱାଳ ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇ ମେମୋରେଣ୍ଡମ ଦେଇଛନ୍ତି । ଏହାସହ ବିଜେପିର ସାଧାରଣ ସମ୍ପାଦିକ ଲେଖାଶ୍ରୀ ସାମନ୍ତସିଂହାର ଏବଂ ସ୍ମିତାରାଣୀଙ୍କ ସ୍ୱାମୀ ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରାଙ୍କୁ ଭେଟିଛନ୍ତି । କିନ୍ତୁ ମହିଳା କମିଶନ ଅଧ୍ୟକ୍ଷାଙ୍କ ବୟାନ ଏବେ ରାଜ୍ୟରେ ଆଲୋଡନ ସୃଷ୍ଟି କରିଛି ।
କଥାଟା ହେଲା ମହିଳା କମିଶନ ଅଧ୍ୟକ୍ଷା ମୃତ ସ୍ମିତାରାଣୀଙ୍କ ସ୍ୱାମୀ ଏବଂ ତାଙ୍କ ପରିବାରକୁ ଚିହ୍ନି ନାହାନ୍ତି । କିନ୍ତୁ ସେ ଘଟଣାସ୍ଥଳକୁ ଯାଇ ଘଟଣାର ଯାଞ୍ଚ କରିଛନ୍ତି ବୋଲି କହୁଛନ୍ତି । ଏକଥା ଆମେ କହୁନୁ ଖୋଦ୍ ଅଧ୍ୟକ୍ଷା କହୁଛନ୍ତି । ଯେତେବେଳେ ଲେଖାଶ୍ରୀ, ଅଧ୍ୟକ୍ଷା ମିନତୀ ବେହେରାଙ୍କୁ ପଚାରିଲେ ଆପଣ ଘଟଣାସ୍ଥଳକୁ ଗଲେ କିନ୍ତୁ ସୁଶୀଲ ବିଶ୍ୱାଳଙ୍କୁ ଦେଖା କଲେନି ସେତେବେଳେ ସେ ସୁଶୀଲଙ୍କୁ ଚିହ୍ନି ନଥିବା କଥା କହିଛନ୍ତି ।
ଟିମ୍ ସହ ମିନତୀ ବେହେରା ତଦନ୍ତ କଲେ କିନ୍ତୁ ମୃତକଙ୍କ ପରିବାରକୁ ଭେଟିଲେନି । ତେବେ ଏହା କେଉଁ ଭଳି ତଦନ୍ତ ? ସରପଞ୍ଚଙ୍କ ପରିବାରକୁ ଭେଟି ଦେଲେ କ’ଣ ତଦନ୍ତ ସରିଗଲା ? ମିନତୀ ବେହେରା ଯେଉଁ ରିପୋର୍ଟ ପ୍ରସ୍ତୁତ କରିଛନ୍ତି ତାହା ନିରପେକ୍ଷ ତଦନ୍ତ ଉପରେ ଆଧାରିତ ତ ? ଏଭଳି ଅନେକ ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି ।
ଅର୍ଗସ ବ୍ୟୁରୋ: ଏସିଆନ ଗେମ୍ସରେ ଭାରତର ମେଡାଲ ବର୍ଷା । ଏ ଯାଏଁ 5ଟି ପଦକ ହାସଲ । ମହିଳା 50 ମିଟର ରାଇଫଲ 3 ପୋଜିସନରେ ଭାରତକୁ ସ୍ବର୍ଣ୍ଣ ଏବଂ ବ୍ରୋଞ୍ଜ ପଦକ । ସ୍ବର୍ଣ୍ଣ ଜିତିଲେ ସିଫ୍ଟ କୌର ଶର୍ମା ଓ ବ୍ରୋଞ୍ଜ ଜିତିଲେ ଆସି ଚୋକ୍ସି । ଏହା ପୂର୍ବରୁ 25 ମିଟର ରାପିଡ଼ ଫାୟାର ପିସ୍ତଲ ସୁଟିଂରେ ସ୍ବର୍ଣ୍ଣ ଜିତିଛନ୍ତି ଭାରତୀୟ ମହିଳା ଟିମ ।
ମାନୁ ଭାକର, ଏଶା ସିଂ, ଆର. ସଙ୍ଗୱାନ ଜିତିଲେ ସ୍ବର୍ଣ୍ଣ । ଭାରତ ପାଇଁ ପଞ୍ଚମ ସ୍ବର୍ଣ୍ଣ ପଦକ ବିଜୟ । ସେପଟେ 50 ମିଟର ରାଇଫଲ 3 ପୋଜିସନ ମହିଳା ସୁଟିଂରେ ରୌପ୍ୟ ପଦକ ଜିତିଲା ଭାରତ । ଏହାକୁ ମିଶାଇ ଭାରତର ପଦକ ସଂଖ୍ୟା 19କୁ ବୃଦ୍ଧି ପାଇଛି ।
ଆହୁରି ପଢନ୍ତୁ ଖେଳ ଖବର...
ଅର୍ଗସ ବ୍ୟୁରୋ: ଜୀବନ ନେଇପାରେ ଡିଜେ ସାଉଣ୍ଡ । ଡିଜେ ସାଉଣ୍ଡ ଏତେ ସାଙ୍ଘାତିକ ହୋଇଥିଲା ଯେ, ୧୫ ଜଣ ଆହତ ହେବା ସହ ଜଣେ ଗୁରୁତର ହୋଇଛନ୍ତି । ଯାହାକୁ ନେଇ ଭସାଣୀରେ ଡିଜେକୁ ବିରୋଧ କରାଯିବା ସହ ଡିଜେ ମାଲିକ, ପୂଜା କମିଟି ନାଁରେ ଏତଲା । କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର, ବ୍ରହ୍ମପୁର, ପୁରୁଷୋତ୍ତମପୂର, ମଳିକସାହି, ଘୋଡ଼ାଶାଳ, ବଜ୍ରବାଣ ପ୍ରମୁଖ ଅଞ୍ଚଳରୁ ଆସିଛି ଏଭଳି ଅଭିଯୋଗ ।
ଭସାଣୀରେ ଡିଜେ ସାଉଣ୍ଡ ଦ୍ଵାରା ୧୫ରୁ ଉର୍ଦ୍ଧ୍ଵ ଶିଶୁ, ବୃଦ୍ଧବୃଦ୍ଧା ଏବଂ ହୃଦରୋଗୀ ଗୁରୁତର ହୋଇଛନ୍ତି । ପାଟକୁରା ଥାନାରେ ମଧ୍ୟ ଅଭିଯୋଗ ହୋଇଛି । ପୁରୁଷୋତ୍ତମପୂରର ୫୫ ବର୍ଷୀୟ ପ୍ରମୋଦ କୁମାର କର ବେହୋସ ହୋଇ ତଳେ ପଡ଼ିଯାଇଥିଲେ । ଘରର ସଦସ୍ୟ ତୁରନ୍ତ ପାଟକୁରା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ପ୍ରମୋଦଙ୍କୁ ହାର୍ଟ ଆଟାକ ହୋଇଥିବା କହି ତୁରନ୍ତ ମେଡିସିନ, ଇଞ୍ଜେକ୍ସନ ଦେବା ସହ ଅକ୍ସିଜେନ ଦେଇଥିଲେ ।
ପ୍ରମୋଦ ଟିକେ ସୁସ୍ଥ ଅନୁଭବ କରିବାରୁ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କଟକ ବଡ ମେଡିକାଲକୁ ପଠାଯାଇଛି । ସେହିଭଳି ବ୍ରହ୍ମପୁରର ପାର୍ଥସାରଥୀ ରାଉତଙ୍କ ନବଜାତ ପୁଅ ଗୁରୁତର ହୋଇପଡ଼ିଥିଲେ । ଏହାଛଡା ରମେଶ ସ୍ଵାଇଁ, ହେମ ସାହୁ, ଉଷା ରାଉତ, ଗୋପାଳ ଚନ୍ଦ୍ର ସାହୁଙ୍କ ପୁଅ ଡିଜେ ସାଉଣ୍ଡରେ ପ୍ରଭାବିତ ହୋଇ ପ୍ରାଥମିକ ଚିକିତ୍ସା ହୋଇ ଘରେ ଅଛନ୍ତି । ଏନେଇ ଗ୍ରାମବାସୀଙ୍କ ପକ୍ଷରୁ ଲିଖିତ ଅଭିଯୋଗ କରିବା ସହ କ୍ଷତି ହୋଇଥିବା ଲୋକଙ୍କୁ ପ୍ରଶାସନ ପକ୍ଷରୁ ସହାୟତା ଯୋଗାଇ ଦେବା ସହ ଆଗାମୀ ଦିନରେ ଡିଜେ ପାଇଁ କୌଣସି ପ୍ରକାରର ଅନୁମତି ନଦେବାକୁ ଦାବି ହୋଇଛି ।
ଆହୁରି ପଢନ୍ତୁ ଓଡିଶା ଖବର...