ସରକାର ବାରମ୍ବାର ପ୍ରତିଶ୍ରୁତି ଦେଇ ଭଣ୍ଡେଇ ଦେଉଛନ୍ତି। ତେଣୁ ଦରକାର ପଡ଼ିଲେ ପୂରା ପରିବାର ସହ ରାସ୍ତାକୁ ଓହ୍ଲାଇବେ ବୋଲି ଧମକ ଦେଇଛନ୍ତି ଆନ୍ଦୋଳନରତ ଡ୍ରାଇଭର । ଏପରିକି ଜରୁରୀ ସାମଗ୍ରୀ ଛଡ଼ା ଅନ୍ୟ ପରିବହନ ଗାଡ଼ିଗୁଡ଼ିକୁ ଅଟକାଯିବ ବୋଲି କହିଛନ୍ତି ମହାସଂଘ ସଭାପତି ।
ଗତକାଲି ଭଳି ଆଜି ମଧ୍ୟ ଆନ୍ଦୋଳନ ବେଳେ କିଛି ସ୍ଥାନରେ ଦେଖିବାକୁ ମିଳିଥିଲା ଗାନ୍ଧିଗିରିର ଦୃଶ୍ୟ । ଯେଉଁ ଡ୍ରାଇଭରମାନେ ଗାଡ଼ି ଧରି ବାହାରକୁ ବାହାରିଥିଲେ, ସେମାନଙ୍କୁ ଫୁଲମାଳ ପିନ୍ଧାଇ ମୁଣ୍ଡିଆ ମାରିଥିଲେ ଆନ୍ଦୋଳନକାରୀ ।
ସେପଟେ ରାସ୍ତାତାତିକୁ ନେଇ ରାଜନୀତି ବି ତତଲା ହୋଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ କରି ଡ୍ରାଇଭରମାନେ ସମାଜରେ ଅସ୍ପୃର୍ଶ୍ୟ ନୁହନ୍ତି । ତେଣୁ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଡ୍ରାଇଭରମାନଙ୍କ ସହ ଆଲୋଚନା କରି ସମାଧାନର ରାସ୍ତା ବାହାର କରିବାକୁ ଅପିଲ କରିଛନ୍ତି ଧର୍ମେନ୍ଦ୍ର । ଆଉ ଏହା ପରେ ହିଁ ଡ୍ରାଇଭର ମୁଦ୍ଦା ବଳ ପାଇଥିଲା । ଏହି ପ୍ରସଙ୍ଗରେ ବିଧାନସଭା ବି ସରଗରମ ହୋଇଛି । ଡ୍ରାଇଭରମାନେ ସାରାରାତି ଆନ୍ଦୋଳନରେ ବସି ରହିଛି । ତାଙ୍କ ସମସ୍ୟା ଉତ୍କଟ ହୋଇଥିବା ବେଳେ ଏହାର ସମାଧାନ ପାଇଁ ବିଭାଗୀୟ ମନ୍ତ୍ରୀଙ୍କୁ ଡାକି ଆଲୋଚନା କରିବା ପାଇଁ ଦାବି କରିଥିଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ।
ପରେ ସର୍ବଦଳୀୟ ବୈଠକରେ ବାଚସ୍ପତି ଏହା ଉପରେ ରୁଲିଂ ଦେଇଥିବା ବେଳେ ଡ୍ରାଇଭରଙ୍କ ସହ ଆଲୋଚନା କରି ଆସନ୍ତାକାଲି ଗୃହରେ ଉତ୍ତର ରଖିବାକୁ ପରିବହନ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବିଜେପି ବିଧାୟକମାନେ ଆନ୍ଦୋଳନସ୍ଥଳକୁ ଯାଇ ଡ୍ରାଇଭରମାନଙ୍କ ସହ ଆଲୋଚନା କରିଛନ୍ତି ।
ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁଁ ହାଇୱେ ଜାମ ହେଉଥିବାରୁ ଆଜି ସୁଦ୍ଧା ରାସ୍ତା କ୍ଲିଅର ପାଇଁ ସରକାରଙ୍କୁ ଅଲଟିମେଟ୍ ଘରୋଇ ବସ୍ ମାଲିକ ସଂଘ । ନ ହେଲେ ଆସନ୍ତାକାଲି ସଂଘ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି ।
ଅଧିକ ଓଡିଶା ଖବର ପଢନ୍ତୁ...