ପ୍ରବଳ ବର୍ଷା ସହ ବଜ୍ରପାତ ପାଇଁ କଟକ, ଖୋର୍ଦ୍ଧା, ନୟାଗଡ, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, ଗଞ୍ଜାମ, କନ୍ଧମାଳ, କଳହାଣ୍ଡି, ବଲାଙ୍ଗିର, ରାୟଗଡା ଏବଂ ନବରଙ୍ଗପୁର କୁ ସତର୍କତା ଜାରି କରାଯାଇଛି। ଏହି ସ ବୁ ଜିଲ୍ଲାରେ ୭୦ ରୁ ୧୧ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବା ସହ ଘଣ୍ଟାପ୍ରତି ୪୦ ରୁ ୫୦ କିଲୋମିଟର ବେଗରେ ବହିବ ପବନ।
ଏହାସହ କିଛି ସ୍ଥାନରେ କୁଆପଥର ବର୍ଷା ନେଇ ସତର୍କତା ଜାରି କରାଯାଇଛି । ସେହିଭଳି ୨୦ ତାରିଖରେ ୪ଟି ଜିଲ୍ଲା କଟକ, ଖୋର୍ଦ୍ଧା, ନୟାଗଡ ଏବଂ କନ୍ଧମାଳକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବାବେଳେ ୫ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବର୍ତ୍ତମାନ ଉପକୂଳ ଓଡ଼ିଶା ବଙ୍ଗୋପସାଗରରେ ଏକ ଗୁରୁଚାପବଳୟ ସକ୍ରିୟ ରହିଥିବା ବେଳେ ପଶ୍ଚିମା ଝଡର ପ୍ରଭାବ ରହିଛି। ଏହି ନିୟାମକ ଅନୁସାରେ ରାଜ୍ୟରେ ପାଗ ବଦଳିବା ସହ କାଳବୈଶାଖୀ ଜନିତ ବର୍ଷା ଲାଗିରହିଛି ।
୨୧ ତାରିଖ ପର୍ଯ୍ୟନ୍ତ ଏହାର ପ୍ରଭାବ ରହିବ । ବର୍ଷା ପ୍ରଭାବରେ ସ୍ବାଭାବିକ ଠାରୁ ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେବେ ବର୍ଷା ହେଲେ ବି କିଛି ସ୍ଥାନରେ ତାପମାତ୍ରା ୩୯ ଡିଗ୍ରୀ ପର୍ଯ୍ୟନ୍ତ ରହିବା ସହ ଗରମ ଗୁଳୁଗୁଳି ଅନୁଭୁତ ହେବାର ସମ୍ଭାବନା ରହିଛି ।
ଆହୁରି ପଢନ୍ତୁ ପାଣିପାଗ ଖବର...