Odisha Parba | ସୁପ୍ରାଚୀନ ଓଡ଼ିଆ ସଂସ୍କୃତି
ସରପଞ୍ଚଙ୍କ କାର ଉପରକୁ ବୋମାମାଡ ଘଟଣା, ଜଣେ ଗିରଫ

ଜଗତସିଂହପୁର: ଜଗତସିଂହପୁର ଉକୁନ୍ଦରା ସରପଞ୍ଚ ଚନ୍ଦ୍ର ଶେଖର ଦାସଙ୍କ କାର ଉପରକୁ ବୋମାମାଡ଼ ଘଟଣା । ଜଣେ ଅଭିଯୁକ୍ତକୁ ଭୁବନେଶ୍ୱର ସ୍ଥିତ ସାଲିଆ ସାହିରୁ ଗିରଫ କରିଛି ଜଗତସିଂହପୁର ପୋଲିସ । ଗିରଫ ଅଭିଯୁକ୍ତ ଉକୁନ୍ଦରା ଗାଁର ସଂଗ୍ରାମ ଭୋଇ । ସଂଗ୍ରାମ ଠାରୁ ପୋଲିସ ଗୋଟିଏ ଅଫୁଟା ବୋମା ମଧ୍ୟ ଜବତ କରିଛି । ଗତ ମାସ ୨୨ତାରିଖ ସନ୍ଧ୍ୟାରେ ସରପଞ୍ଚଙ୍କ ଘର ଆଗରେ ଥିବା ତାଙ୍କର କାର ଉପରକୁ ସଂଗ୍ରାମ ଓ ତାର ଅନ୍ୟ ଜଣେ ସହଯୋଗୀ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇଟି ବୋମା ମାଡ଼ କରି ଫେରାର ହୋଇ ଯାଇଥିଲେ । ଏନେଇ ବିରିଡି ଥାନାରେ ସରପଞ୍ଚ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ତେବେ ପୋଲିସ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟଜଣେ ଫେରାର୍ ଅଛି ।
Download Argus News App
