କେନ୍ଦୁଝର ଏସପି ଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ଦାବି କଲେ ବିଜେପି ନେତା
ଖୋର୍ଦ୍ଧାରେ କାର ଉପରକୁ ବୋମାମାଡ

ଖୋର୍ଦ୍ଧା: ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ଶ୍ରୀରାମ ନଗରରେ ବୋମାମାଡ। ଶ୍ରୀରାମ ନଗରରେ ରହୁଥିବା ମଧୁସୂଦନ ପାତାଳସିଂହଙ୍କ ଘର ସମ୍ମୁଖରେ ବୋମାମାଡ କରି ଦୁବର୍ତ୍ତ ମାନେ ଫେରାର ହୋଇଯାଇଛନ୍ତି। ବୋମାମାଡରେ ମଧୁସୂଦନଙ୍କ କାରର ପଛପଟ କାଚ ଭାଗିଂ ନଷ୍ଟ ହୋଇଯାଇଛି।
ସୂଚନାନୁସାରେ, ଖୋର୍ଦ୍ଧା ସହରରେ ବୋମା ବିସ୍ପୋରଣ ହୋଇଛି । ଏକ ଘର ଆଗରେ ଏକ କାର ଥୁଆ ହୋଇଥିବା ସମୟରେ ୨ ଜଣ ଦୁବୃତ୍ତ ଆସି କାର ଉପରକୁ ବୋମାମାଡ କରିଥିଲେ । ଫଳରେ କାରର କାଚ ଭାଙ୍ଗି ଯାଇଥିଲା । ଏହି ସବୁ ଘଟଣା ଏକ ସିସିଟିଭି କ୍ୟାମେରାରେ କଏଦ ହୋଇଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଁଚି ଏହାର ତଦନ୍ତ କରିବା ସହ ସିସିଟିଭି କ୍ୟାମେରାକୁ ଯାଂଚ କରିଥିଲା ।
Download Argus News App
