
ଗୋପ୍: ମହଙ୍ଗା ପଡ଼ିଲା ସେଲ୍ଫି ନେବା । ସେଲ୍ଫି ନେଉ ନେଉ ପହଞ୍ଚିଲେ ଡାକ୍ତରଖାନାରେ ! ଏଭଳି ଘଟଣା ସାମ୍ନାକୁ ଆସିଛି କୋଣାର୍କ ସୂର୍ଯ୍ୟମନ୍ଦିରରୁ । ସୂର୍ଯ୍ୟମନ୍ଦିରର ନାଟ୍ୟ ମଣ୍ଡପରେ ଛିଡ଼ା ହୋଇ ସେଲ୍ଫି ନେଉଥିଲେ ମହିଳା । ଆଉ ସେଲ୍ଫି ନେବାରେ ଏତେ ମଗ୍ନ ଥିଲେ ଯେ, ନିଜକୁ ବି ସମ୍ଭାଳି ପାରିନଥିଲେ । ଫଳରେ ଅସାବଧାନତା ବସତଃ ନାଟ୍ୟମଣ୍ଡପରୁ ଖସିପଡ଼ିଥିଲେ ମହିଳା । ପରେ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ମହିଳାଙ୍କ ମୁଣ୍ଡ ଓ ଦେହରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କୁ ପ୍ରଥମେ ସ୍ଥାନୀୟ ଗୋପ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଓ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।
ଉକ୍ତ ମହିଳା ଜଣକ ହେଉଛନ୍ତି ଭୂବନେଶ୍ୱର ୯ ନମ୍ବର ଅଞ୍ଚଳର ସୁଭାସିନୀ ମଲିକ୍ । ସେ କୋଣାର୍କ ମନ୍ଦିର ବୁଲିଯାଇଥିବା ବେଳେ ତାଙ୍କ ସହ ଏଭଳି ଘଟଣା ଘଟିଛି ।
