ଡ୍ରାଇଭର ମାନଙ୍କୁ କରୋନା ଯୋଦ୍ଧା ଘୋଷଣା କରିବା ସହ କରୋନାରେ ମୃତ୍ୟୁ ହେଲେ ପରିବାରକୁ ୫୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦେବାକୁ ଦାବି ହୋଇଛି । ମହାମାରୀ ସମୟରେ ଗାଡି ଚାଳକ ଘରେ ରହିଥିବାରୁ ୧୦ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ମଧ୍ୟ ଦାବି କରିଛନ୍ତି ସଂଘର କର୍ମକର୍ତ୍ତା ।
ଆଜି 12 ଘଣ୍ଟିଆ ବରଗଡ ଜିଲ୍ଲା ବନ୍ଦ ଡାକରା ଦେଇଛି ଓଡିଶା ମୋଟର ଚାଳକ ସଂଘ

ବରଗଡ: ଆଜି ୧୨ ଘଣ୍ଟିଆ ବରଗଡ଼ ଜିଲ୍ଲା ବନ୍ଦ ଡାକରା ଦେଇଛି ଓଡିଶା ମୋଟର ଚାଳକ ସଂଘ । ଡ୍ରାଇଭର ମାନଙ୍କୁ କରୋନା ଯୋଦ୍ଧା ଘୋଷଣା କରିବାକୁ ଦାବି କରି ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ବନ୍ଦ ଡାକରା ଦେଇଛି ସଂଘ । ଅତାବିରା, ସୋହେଲା,ଭଟଲି, ଅମ୍ବଭନା, ଭୁକ୍ତା ଅଞ୍ଚଳରେ ସମସ୍ତ ଦୋକାନ ବଜାର ବନ୍ଦ ସହ ରାସ୍ତା ଅବରୋଧ କରିଛନ୍ତି ସଂଘର କର୍ମକର୍ତ୍ତା ।
Download Argus News App
