ଯାଜପୁର : ଯାଜପୁର ଉପକାରଗାରରେ ବିଚାରଧୀନ କଏଦୀଙ୍କୁ କରୋନା । କଏଦୀ ଜଣକ ଅଣ ଓଡିଆ ହୋଇଥିବା ବେଳେ ନିଜ ପତ୍ନୀଙ୍କୁ ହତ୍ୟା ଅଭିଯୋଗରେ ବିଂଝାରପୁର ପୋଲିସ ତାଙ୍କୁ ଗିରଫ କରିଥିଲା। କୋର୍ଟ ଚାଲାଣ ପୂର୍ବରୁ ତାଙ୍କର ସ୍ୱାବ ସଂଗ୍ରହ ହୋଇଥିବା ବେଳେ ଆଜି ତାଙ୍କ ରିପୋର୍ଟ ପଜିଟିଭ ଆସିଛି। ଏହା ଜଣାପଡିବା ପରେ ତାଙ୍କୁ କୋବିଡ଼ କେୟାର କୁ ପଠା ଯାଇଛି। ସେହିପରି ଜେଲକୁ ମଧ୍ୟ ସାନିଟାଇଜ କରାଯାଇଥିବା ନେଇ ଜେଲର ସୂଚନା ଦେଇଛନ୍ତି।
ଅର୍ଗସ ବ୍ୟୁରୋ: ଅଯୋଧ୍ୟାରେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ରାମ ମନ୍ଦିର ନିର୍ମାଣ କାର୍ଯ୍ୟ । ପ୍ରାଣ ପ୍ରତିଷ୍ଠା ମହୋତ୍ସବ ପାଇଁ ଚଳଚଞ୍ଚଳ ଅଯୋଧ୍ୟା । ଏହାରି ମଧ୍ୟରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଙ୍ଗଣରେ ପହଞ୍ଚିଛି ରାଜସ୍ଥାନର ମାଉଣ୍ଟଆବୁ ଠାରେ ନିର୍ମିତ ହୋଇଥିବା ଶ୍ରୀ ରାମ ସ୍ତମ୍ଭ । ଏହି ରାମ ସ୍ତମ୍ଭରେ ରାମାୟଣର ବିଭିନ୍ନ ପ୍ରସଙ୍ଗକୁ ସ୍ଥାନୀୟ ଭାଷାରେ ଲିପିବଦ୍ଧ କରାଯାଇଛି ।
ଶ୍ରୀ ରାମ ଗମନ ମାର୍ଗରେ ଲାଲ ପଥରରେ ନିର୍ମିତ ଏହି ରାମ ସ୍ତମ୍ଭକୁ ପ୍ରତିଷ୍ଠା କରାଯିବ । ଅଯୋଧ୍ୟା ଠାରୁ ରମେଶ୍ବରମ୍ ପର୍ଯ୍ୟନ୍ତ ବନବାସ କାଳରେ ଶ୍ରାରୀମଙ୍କ ପାଦ ଯେଉଁଠାରେ ବି ପଡ଼ିଛି ସେଠାରେ ଶ୍ରୀ ରାମ ସ୍ତମ୍ଭ ସ୍ଥାପନ କରାଯିବ । ପ୍ରାୟ 2 ହଜାର 500 କିଲୋମିଟର ଲମ୍ବା ଜଙ୍ଗଲ ଯାତ୍ରା ମାର୍ଗରେ ଶ୍ରୀ ରାମ ସ୍ତମ୍ଭ ସ୍ଥାପନ ପାଇଁ 290 ସ୍ଥାନ ଚିହ୍ନଟ କରାଯାଇଛି ।
ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ: ଆଜି ଶେଷ ହୋଇପାରେ ବିଧାନସଭା ମୌସୁମୀ ଅଧିବେଶନ। ଆସନ୍ତାକାଲି କୌଣସି ସରକାରୀ କାର୍ଯ୍ୟ ଦିବସ ନଥିବାରୁ ଆଜି ଗୃହକାର୍ଯ୍ୟ ଶେଷ ହେବା ନେଇ ଅନୁମାନ କରାଯାଉଛି । ତେବେ ଆଜି ବି କମ୍ପିବ ବିଧାନସଭା । ଆସିବ ବ୍ୟୟ ମଞ୍ଜୁରୀ ବିଲ୍ । ଅତିରିକ୍ତ ବଜେଟ୍କୁ ଗୃହର ମଞ୍ଜୁରୀ ମିଳିବ। ସିଏଜି ରିପୋର୍ଟ ମଧ୍ୟ ଉପସ୍ଥାପନା ହୋଇପାରେ । ବିଜେପିର ନିଲମ୍ବିତ ଦୁଇ ବିଧାୟକଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର ଦାବିରେ ବିଜେପି ଗୃହକୁ ଅଚଳ କରିପାରେ।
ଆଜି ପ୍ରଶ୍ନକାଳରେ ପଞ୍ଚାୟତ ରାଜ, ଗ୍ରାମ୍ୟ ଉନ୍ନୟନ, ଗୃହ ନିର୍ମାଣ ନଗର ଉନ୍ନୟନ, ଜଙ୍ଗଲ ପରିବେଶ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ସୂଚନା ଓ ଲୋକସମ୍ପର୍କ ବିଭାଗ ରହିଛି। ବିଧାନସଭା କାର୍ଯ୍ୟସୂଚୀ ଅନୁସାରେ ୪ତାରିଖରେ ଶେଷ ହେବାକୁ ଥିବା ବେଳେ କୌଣସି ସରକାରୀ କାର୍ଯ୍ୟ ଦିବସ ନଥିବାରୁ ଆଜି ଶେଷ ହେବା ନେଇ ଅନୁମାନ କରାଯାଉଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଆଜି ଛତିଶଗଡ଼ ଏବଂ ତେଲେଙ୍ଗାନା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । 23 ହଜାର 8 ଶହ କୋଟି ଅଧିକ ଟଙ୍କା ବ୍ୟୟରେ ନିର୍ମିତ ନଗରନାର ଇସ୍ପାତ କାରଖାନାକୁ ଦେଶ ଉଦ୍ଦେଶ୍ୟରେ କରିବେ ଉତ୍ସର୍ଗ । ଏହସହ ଜଗଦଲପୁର ରେଳ ଷ୍ଟେସନ ନବୀକରଣର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ତାରୋକି - ରାୟପୁର ଡିଏମୟୁ ଟ୍ରେନ୍ ସେବାକୁ ମଧ୍ୟ ଶୁଭାରମ୍ଭ କରିବେ। ଏହି ରେଳ ପ୍ରକଳ୍ପଗୁଡ଼ିକ ରାଜ୍ୟର ଆଦିବାସୀ ଅଞ୍ଚଳରେ ସଂଯୋଗରେ ଉନ୍ନତି ଆଣିବ। ଅନ୍ୟପଟେ ତେଲେଙ୍ଗାନାରେ 800 ମେଗାୱାଟ ୟୁନିଟ୍ ବିଶିଷ୍ଟ ସୁପର ଥର୍ମାଲ୍ ପାୱାର୍ ପ୍ରୋଜେକ୍ଟର ଉଦ୍ଘାଟନ କରିବେ ।
ଏହା ତେଲେଙ୍ଗାନାକୁ ସ୍ବଳ୍ପ ମୂଲ୍ୟର ଶକ୍ତି ଯୋଗାଇବ ଏବଂ ରାଜ୍ୟର ଅର୍ଥନୈତିକ ବିକାଶରେ ସହାୟକ ହେବ। ଏହା ଦେଶର ଅନ୍ୟତମ ପରିବେଶ ଅନୁକୂଳ ବିଦ୍ୟୁତ୍ କେନ୍ଦ୍ର ହେବ।
ଅଧିକ ପଢ଼ନ୍ତୁ ଦେଶ ଖବର: