ପୁଣି ତେଜିଲା ଚିଟ୍ ଫଣ୍ଡ ତାତି
ବଲାଙ୍ଗୀର: ଅଫିସରୁ ବିଡିଓଙ୍କୁ ଜୋର ଜବରଦସ୍ତ ଟେକିନେଲେ ଦୁର୍ବୃତ୍ତ
ବଲାଙ୍ଗୀର: ବଲାଙ୍ଗୀରରେ ଘଟିଛି ଚାଞ୍ଚଲ୍ୟକର ଘଟଣା । ଅପରାହ୍ନ ପ୍ରାୟ ୪ଟା ସମୟରେ ଦୁର୍ବୃତ୍ତ ଆସି ବିଡିଓଙ୍କୁ ଅଫିସ ଭିତରୁ ଟେକି ନେଇଛନ୍ତି । ଘଟଣାଟି ଲୋକଲୋଚନକୁ ଆସିବା ପରେ ବଲାଙ୍ଗୀର ସହରରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି ।
ସୂଚନା ଥାଉ କି, ବଲାଙ୍ଗୀର ପୁଇଁତଳାରେ ବିଡ଼ିଓଙ୍କ ଅପହରଣ କରିଛନ୍ତି ଦୁର୍ବୃତ୍ତ । ଅପରାହ୍ନ ପ୍ରାୟ ୪ରୁ ସାଢେ ୪ଟା ସମୟରେ 10 ରୁ 12ଜଣ ଦୁର୍ବୃତ୍ତ ଆସି ଅଫିସ ଭିତରୁ ବିଡିଓ ସରୋଜ ମିଶ୍ରଙ୍କୁ ଅପହରଣ କରିନେଇଛନ୍ତି । ତେବେ ଅଭିଯୋଗ ପାଇବା ପରେ ସ୍ଥାନୀୟ ପୋଲିସ ଏବେ ଛାନଭିନ୍ ଆରମ୍ଭ କରିଛି ।
ତେବେ ଦିନ ଆଲୋକରେ ଖୁଲମଖୁଲା ଏହି ଅପହରଣ ଘଟଣାକୁ ନେଇ କିଛି ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଆଧାରରେ ତଦନ୍ତ ଆରମ୍ଭ କରିଛି ପୋଲିସ ।Download Argus News App
