ଭୁବନେଶ୍ୱର: ସାରା ଦେଶରେ ପୁଣି ମୋଦି ମ୍ୟାଜିକ୍ କାମ କରିଥିଲେ ମଧ୍ୟ ଓଡ଼ିଶାରେ ତାହା ଦେଖିବାକୁ ମିଳିନାହିଁ । ରାଜ୍ୟରେ ପୁଣି ଥରେ ସଂଖ୍ୟା ଗରିଷ୍ଠତା ହାସଲ କରି ବିଜୟ ମୁକୁଟ ପିନ୍ଧିଛି ବିଜୁ ଜନତା ଦଳ । ଏହା ସହ ପଞ୍ଚମ ଥର ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ପଦରେ ବସିବେ । ଅନ୍ୟପଟେ ସାରା ଦେଶରେ ଓ ରାଜ୍ୟରେ କଂଗ୍ରେସ ଏକ ପ୍ରକାର ମାଟି କାମୁଡ଼ିପଡ଼ିଛି । କିନ୍ତୁ ଦେଖିବାକୁ ଗଲେ ଓଡ଼ିଶାରେ ବିଧାନସଭା କ୍ଷେତ୍ରରେ ମୋଦି ମ୍ୟାଜିକ୍ ବିଜେପି ପାଇଁ ବିଜୟର ମୁକୁଟ ନଆଣି ପାରିଥିଲେ ମଧ୍ୟ ଲୋକସଭା କ୍ଷେତ୍ରରେ ଏହାର ପ୍ରଭାବ ପଡ଼ିଛି । ଲୋକସଭା କ୍ଷେତ୍ରରେ ବିଜେପି 2014ରେ ଗୋଟିଏ ଆସନ ଜିତିଥିବା ବେଳେ 2019ରେ 8ଟି ଆସନ ଅକ୍ତିଆର କରିଛି । ଅନ୍ୟପଟେ ବିଧାନସଭା କ୍ଷେତ୍ରରେ ବିଜେପି ମଧ୍ୟ କଡ଼ା ଟକ୍କର ଦେଇଛି ବିଜେଡିକୁ । 2014ରେ ମାତ୍ର 10 ଟି ବିଧାନସଭାରେ ବିଜେପି ଜିତିଥିବା ବେଳେ 2019ରେ ଏହା 23ରେ ପହଞ୍ଚିଛି । ସେହିପରି କଂଗ୍ରେସ 2014ରେ 16 ଟି ବିଧାନସଭା ଆସନ ହାତେଇଥିବା ବେଳେ 2019ରେ କଂଗ୍ରେସ ପ୍ରତି ଲୋକ ଆସ୍ଥା ହରାଇଛନ୍ତି । ଏବଂ କଂଗ୍ରେସ 16 ଆସନରୁ ଖସି 8ରେ ପହଞ୍ଚିଛି ।
ଏମିତି କିଛି ବିଧାନସଭା ଆସନ ରହିଛି ଯେଉଁଠି ବିଜେପି ଓ କଂଗ୍ରେସ ପ୍ରାର୍ଥୀ ବିଜେଡିକୁ କଡ଼ା ଟକ୍କର ଦେବା ସହ 5 ହଜାରରୁ କମ୍ ଭୋଟ୍ ବ୍ୟବଧାନରେ ପରାଜୟ ସ୍ୱୀକାର କରିଛନ୍ତି ।
ସେମାନେ ହେଲେ ବିଜେପିର ବଡ଼ଚଣା ପ୍ରାର୍ଥୀ ଅମର ନାୟକ । ସେ 1485 ଭୋଟରେ ଅମର ସତପଥୀଙ୍କଠାରୁ ପରାସ୍ତ ହୋଇଛନ୍ତି । ସେହିଭଳି ବରିରେ 4062 ଭୋଟ ବ୍ୟବଧାନରେ ପରାଜିତ ହୋଇଛନ୍ତି ବିଶ୍ୱରଞ୍ଜନ ମଲ୍ଲିକ୍ । ଗୋପାଳପୁରରେ 2673 ଭୋଟରେ ପରାସ୍ତ ହୋଇଛନ୍ତି ବିଭୁତିଭୁଷଣ ଜେନା, କୁଚିଣ୍ଡାରେ 3508 ଭୋଟରେ ପରାସ୍ତ ହୋଇଛନ୍ତି ପୂର୍ବତନ ବିଧାୟକ ରବି ନାୟକ, ପରଜଙ୍ଗରେ ମାତ୍ର 740 ଭୋଟ ବ୍ୟବଧାନରେ ବିଭୁତି ଭୁଷଣ ପ୍ରଧାନ ପରାଜିତ । ସେହିଭଳି ରଘୁନାଥପଲ୍ଲୀ- ରଣପୁର- ରେମୁଣା- ସୋରରେ ବିଜେପି ପ୍ରାର୍ଥୀ ଯଥାକ୍ରମେ 4684- 4251- 4118- 4936 ଭୋଟରେ ବିଜେଡି ପ୍ରାର୍ଥୀଙ୍କଠାରୁ ପରାଜିତ ହୋଇଛନ୍ତି ।
ଅନେକ ସ୍ଥାନରେ କଂଗ୍ରେସ ମଧ୍ୟ ବିଜେଡିକୁ କଡ଼ା ଟକ୍କର ଦେଇ 5 ହଜାରରୁ କମ୍ ଭୋଟ ବ୍ୟବଧାନରେ ପରାଜିତ ହୋଇଛି । ଚିତ୍ରକୋଣ୍ଡା, କୋଟପାଡ଼, ଲକ୍ଷ୍ମିପୁର, ପଟାଙ୍ଗି ଆସନରେ ଯଥାକ୍ରମେ 2545, 2631, 229, 4255 ଭୋଟ ବ୍ୟବଧାନରେ କଂଗ୍ରେସ ପ୍ରାର୍ଥୀ ପରାଜୟର ସମ୍ମୁଖୀନ ହୋଇଛନ୍ତି ।
ଅର୍ଗସ ବ୍ୟୁରୋ: ଦିନକ ପରେ ଦିନିକିଆ ବିଶ୍ବକପ୍ ଖେଳାଯିବାକୁ ଥିବାବେଳେ ମଙ୍ଗଳବାର ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଭାରତୀୟ ବ୍ୟାଟିଂ କିମ୍ବଦନ୍ତି ସଚିନ ତେନ୍ଦୁଲକରଙ୍କୁ ଗ୍ଲୋବାଲ୍ ବ୍ରାଣ୍ଡ୍ ଆମ୍ବାସାଡର୍ ନିଯୁକ୍ତ କରିଛି। ରେକର୍ଡ ୬ଟି ବିଶ୍ବକପ୍ରେ ଖେଳିଥିବା ସଚିନ ଗୁରୁବାର ଇଂଲଣ୍ଡ-ନ୍ୟୁଜିଲାଣ୍ଡ୍ ମ୍ୟାଚ୍ ପୂର୍ବରୁ ବିଶ୍ବକପ୍ ଟ୍ରଫି ସହିତ ପଡ଼ିଆକୁ ପ୍ରବେଶ କରି ଏହାକୁ ଆନୁଷ୍ଠାନିକ ଉଦ୍ଘାଟନ କରିବେ ବୋଲି ମଧ୍ୟ ଘୋଷଣା କରାଯାଇଛି। ‘୧୯୮୭ ବିଶ୍ବକପ୍ରେ ବଲ୍ ବୟ ଥିବାବେଳେ ୬ଟି ସଂସ୍କରଣରେ ଭାରତର ପ୍ରତିନିଧିତ୍ବ କରିଛି। ବିଶ୍ବକପ୍ ସବୁବେଳେ ମୋ ହୃଦୟରେ ସ୍ବତନ୍ତ୍ର ସ୍ଥାନ ହୋଇ ରହିଛି।
୨୦୧୧ ମସିହାରେ ବିଶ୍ବକପ୍ ଜିତିବା ମୋ କ୍ରିକେଟ୍ ଯାତ୍ରାରେ ସବୁଠାରୁ ଗୌରବମୟ ମୁହୂର୍ତ୍ତ ହୋଇ ରହିଛି’ ବୋଲି ସଚିନ ପ୍ରକାଶ କରିଥିବା ଆଇସିସି ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରିଛି। ଏକାଧିକ ସ୍ବତନ୍ତ୍ର ଦଳ ଏବଂ ଖେଳାଳି ଏଥର ବିଶ୍ବକପ୍ରେ ଅଂଶଗ୍ରହଣ କରୁଥିବାବେଳେ ଏହାକୁ ନେଇ ମୁଁ ଉତ୍ସାହିତ। ଏଥରର ସଂସ୍କରଣ ମଧ୍ୟ ଯୁବ ବାଳକ ଓ ବାଳିକାଙ୍କୁ ଖେଳକୁ ଆସିବାକୁ ଉତ୍ସାହ ଯୋଗାଇବ ଏବଂ ନିଜ ନିଜ ଦେଶକୁ ସର୍ବୋଚ୍ଚ ସ୍ତରରେ ପ୍ରତିନିଧିତ୍ବ କରିବାକୁ ପ୍ରେରିତ କରିବ ବୋଲି ସଚିନ କହିଛନ୍ତି।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର
ଭୁବନେଶ୍ୱର: କୃଷି ସଚିବ ଅରବିନ୍ଦ ପାଢ଼ୀଙ୍କୁ ସ୍କ୍ରଵ ଟାଇଫସ । ଦୁଇ ଦିନ ତଳେ ପଜିଟିଭ ଚି଼ହ୍ନଟ ହୋଇଛନ୍ତି ଅରବିନ୍ଦ । କ୍ୟାପିଟାଲ୍ ହସ୍ପିଟାଲ ପକ୍ଷରୁ ସୂଚନା । ରକ୍ତ ପରୀକ୍ଷା ନମୁନାରୁ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ। ଆକ୍ରାନ୍ତ ପରେ ଘରେ ରହି ଚିକିତ୍ସିତ ହେଉଛନ୍ତି ଅରବିନ୍ଦ।
୨-୩ଟି ଜିଲ୍ଲାକୁ ଛାଡ଼ିଦେଲେ, ରାଜ୍ୟବ୍ୟାପି ମାଡ଼ିଗଲାଣି ସ୍କ୍ରବ ଟାଇଫସ। କେବଳ ଗ୍ରାମାଞ୍ଚଳ ନୁହେଁ, ସହରାଞ୍ଚଳକୁ ବି ବ୍ୟାପିଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୨ ହଜାର ୭୭ ଜଣଙ୍କର ସ୍କ୍ରବ ଟାଇଫସ ପରୀକ୍ଷା ହୋଇଥିବାବେଳେ ଚିହ୍ନଟ ହୋଇଛନ୍ତି ୨ ହଜାର ୮ ଶହ ୨୦ରୋଗୀ ଚିହ୍ନଟ ହୋଇଛନ୍ତି।
ଅଧିକ ପଢନ୍ତୁ ଓଡ଼ିଶା ଖବର