ପୁରୀ: ପୁଣି ଶ୍ରୀମନ୍ଦିରରେ ବଇଶୃଙ୍ଖଳା । ଶ୍ରୀମନ୍ଦିର ଦଇତାପତି ନିଯୋଗ ପାଇଁ ଆରମ୍ଭ ହୋଇଛି ନିର୍ବାଚନ ପ୍ରକ୍ରିୟା । ଆସନ୍ତା ୨୮ରେ ନିର୍ବାଚନ ହେବା ବୋଲି ଶ୍ରୀମନ୍ଦିର କମିଟି ପକ୍ଷରୁ ସ୍ଥିର କରାଯାଇଛି । ଏଥିପାଇଁ ଆଜିଠାରୁ ପ୍ରାର୍ଥୀପତ୍ର ଦାଖଲ ପାଇଁ ସୂଚନା ଦିଆଯାଇଥିଲା । ତେବେ ପ୍ରାୟ ସମସ୍ତେ ନିର୍ବାଚନକୁ ସ୍ୱାଗତ କରୁଥିବା ବେଳେ କେତେ ଜଣ ଏହାକୁ ବିରୋଧ କରିଛନ୍ତି ।
ଆଜି ସକାଳ ୧୦ ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଆଶାୟୀ ଦଇତାପତିମାନେ ସେମାନଙ୍କର ପ୍ରାର୍ଥୀପତ୍ର ଦାଖଲ କରିବେ । ୧୫ ଜଣିଆ କର୍ମକର୍ତା ବାଛିବା ପାଇଁ ଆଜି ପ୍ରାର୍ଥୀପତ୍ର ଦାଖଲ ହେବ । ତେବେ କେତେଜଣ ଦଇତେପତି ପ୍ରାର୍ଥୀପତ୍ର ଦାଖଲ କରୁଛନ୍ତି ସେଥିପ୍ରତି ମନ୍ଦିର ପ୍ରଶାସନ ନଜର ରଖିଛି ।
୨୦୧୬ରୁ ନିର୍ବାଚିତ ହୋଇ ଦଇତାପତି ନିଯୋଗରେ ଥିବା କର୍ମକର୍ତାଙ୍କ ବିରୋଧରେ ଅନ୍ୟ ଦଇତାପତିମାନେ ଶ୍ରୀମନ୍ଦିର ପ୍ରଶାସକଙ୍କୁ ଚିଠି ଲେଖିଥିଲେ । ଅପରପକ୍ଷରେ ନିର୍ବାଚନକୁ ସ୍ଥଗିତ କରିବାକୁ କାର୍ଯ୍ୟକାରୀ ନିଯୋଗର କର୍ମକର୍ତ୍ତାମାନେ ହାଇକୋର୍ଟ ନିକଟରେ ଆବେଦନ କରିଥିଲେ ।
ସୂଚନାଯୋଗ୍ୟ, ପୂର୍ବତନ ଆମିକସ କ୍ୟୁରୀ ଗୋପାଳ ସୁବ୍ରମଣ୍ୟମ ପୁରୀ ଗସ୍ତରେ ଆସିଥିବା ସମୟରେ ଶ୍ରୀମନ୍ଦିର ପ୍ରଶାସନ ଆଗରେ ନିଯୋଗ ଗୁଡିକର ନିର୍ବାଚନ ହେବାର ଆବଶ୍ୟକତା ରହିଥିବା ନେଇ ସୂଚନା ଦେଇଥିଲେ ।
ଅର୍ଗସ ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର। ଜଣେ ବ୍ୟକ୍ତିଙ୍କୁ CMO କେମିତି କୁହାଯିବ ବୋଲି ପ୍ରଶ୍ନ କରିଛନ୍ତି ଜୟନାରାୟଣ। ସେହିପରି କଂଗ୍ରେସ କହିଛି ରାଜ୍ୟରେ ଗୁମାସ୍ତା ଶାସନ ଚାଲିଛି । ଗଣତନ୍ତ୍ରକୁ ହତ୍ୟା କରୁଛି ବିଜେଡି ସରକାର। ବିରୋଧୀଙ୍କ ଅଭିଯୋଗର ଜବାବ ରଖିଛି ବିଜେଡି।
ସେପଟେ ମୂଲତବୀ ପ୍ରସ୍ତାବ ବି ଗ୍ରହଣ କରାଯାଇନାହିଁ କି ପୂର୍ବରୁ ଅବଗତ କରାଯାଇନାହିଁ । ଏହା ଗଣତନ୍ତ୍ରର ହତ୍ୟା ବୋଲି ଅଭିଯୋଗ କରିଛି ବିଜେପି । କଂଗ୍ରେସ କହିଛି, ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ରହିଛି। ରାଜ୍ୟ ସରକାରଙ୍କ ଦୁର୍ବଳତା କାଳେ ପଦାରେ ପଡିଯିବ ସେଥିପାଇଁ ଗୃହ ଗୃହ ଅଚଳ କରିଦିଆଯାଇଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
କଟକ : ଗତକାଲି ବିଳମ୍ବିତ ରାତିରେ ତିଗିରିଆ ଥାନା ଅନ୍ତର୍ଗତ ହାଟମାଳ ପଞ୍ଚାୟତ ବିଷ୍ଣୁପୁର ଗ୍ରାମରେ ପୂର୍ବ ଶତ୍ରୁତା ଏବଂ ବାଣ ମରାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ଉଭୟ ପକ୍ଷରୁ ବୋମା ମରାମରି ବୋମାମାଡ଼ ରେ ତିନିଜଣ ଗୁରୁତର ଆହତ ।ଦୁଇ ଆହତଙ୍କୁ ତିଗିରିଆ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ ଡ଼ାକ୍ତରଖାନାକୁ ରେଫର କରାଯାଇଥିବା ଜଣାପଡ଼ିଛି। କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଥବା ଦୁଇ ଗୁରୁତର ଆହତ ହେଲେ ବିଷ୍ନୁପୁର ଗ୍ରାମର ଶ୍ରୀନିବାସ ସାମଲ ୩୪ ନିଲିଆ ରାଉତ ୨୮ ଏବଂ ତିଗିରିଆ ଡ଼ାକ୍ତରଖାନା ରେ ଚିକିତ୍ସିତ ହେଉଥିବା ଯୁବକ ହେଲେ ଶାଗର ମାଝୀ ୨୯ ।ଘଟଣାରୁ ପ୍ରକାଶ ଯେ ଗତକାଲି ଖୁଦୁରୁକୁଣୀ ର ଶେଷ ପାଳି ଥିବାରୁ ବିଷ୍ନୁପୁର ଗ୍ରାମରେ ଧୁମଧାମରେ ପାଳିତ ହୋଇଥାଏ ପୂଜା।ତେବେ ଗ୍ରାମରେ ସାଉଣ୍ଡ ଲାଇଟ ସାଙ୍ଗକୁ ବାଣ ଫୁଟାଉଥିବା ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରଥମେ ବଚସା ପରେ ହାତାହାତି ହୋଇଥିଲେ।
ଅଧିକ ପଢନ୍ତୁ : ଗାଡି ଧକ୍କାରେ ବାଇକ ଚାଳକ ଗୁରୁତର
ଗୋଟିଏ ଗୋଷ୍ଠୀ ଅନ୍ୟ ଗୋଷ୍ଠୀ ଉପରକୁ ବୋମାମାଡ କରିବାରୁ ସେହି ଗୋଷ୍ଠୀର ୩ ଜଣ ଗୁରୁତର ଆହାତ ହୋଇଥିଲେ। ସେମାନଙ୍କୁ ପ୍ରଥମେ ତିଗିରିଆ ଡ଼ାକ୍ତରଖାନା ପରେ ଅଧିକ ଚିକିତ୍ସା ପାଇଁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା।ସେପଟେ ଗ୍ରାମରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା ।ଅନ୍ୟପଟେ ଖବର ପାଇ ଘଟଣା ସ୍ଥଳରେ ତିଗିରିଆ ପୋଲିସ ପହଞ୍ଚି ଗ୍ରାମରେ ଶାନ୍ତି ପ୍ରତିଷ୍ଠା ପାଇଁ ପୋଲିସ ମୁତୟନ କରିଥିବା ବେଳେ ଅଧିକ ତଦନ୍ତ ପାଇଁ କଟକ ସାଇଣ୍ଟିଫିକ ଟିମ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ବୋମାମାଡ଼ କରିଥିବା ଯୁବକ ମାନେ ଏବେ ଫେରାର ରହିଛନ୍ତି।ତେବେ ବୋମାମାଡ଼ ର ଶିକାର ହୋଇଥିବା ପରିବାରର ଗଣେଶ୍ୱର ସାମଲଙ୍କ ଏତଲାକୁ ଆଧାର କରି ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ବୋମାମାଡ଼ କରିଥିବା ଅଭିଯୁକ୍ତ ମାନଙ୍କୁ ଖୁବଶିଘ୍ର ଗିରଫ କରାଯିବ ବୋଲି ଥାନା ଅଧିକାରୀ ଜ୍ଞାନ ରଞ୍ଜନ ସାମଲ ସୂଚନା ଦେଇଛନ୍ତି।
ଅର୍ଗସ ବ୍ୟୁରୋ: ହକ୍ ପାଇଁ ରାଜରାସ୍ତାରେ ହଜାର ହଜାର ଆଶାକର୍ମୀଙ୍କ ରଣହୁଙ୍କାର । ଭୁବନେଶ୍ୱର ଲୋୟର ପିଏମଜିରେ ବିଶାଳ ରାଲି । ରାଜ୍ୟର ବିଭିନ୍ନ ସ୍ଥାନରୁ 5 ହଜାର ଆଶାକର୍ମୀ ମେଳି ବାନ୍ଧି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । 20 ଦଫା ଦାବିକୁ ନେଇ ରାଜ୍ୟ ସରକାରଙ୍କ ନିଜ ଅଧିକାର ମାଗିଛନ୍ତି ଆଶା କର୍ମୀ । ସ୍ଥାୟୀ ନିଯୁକ୍ତି, ପ୍ରୋତ୍ସାହନ ରାଶି ଭଳି ବିଭିନ୍ନ ଦାବି କରିଛନ୍ତି । ଏହି ସମୟରେ ପୋଲିସ୍-ଆଶାକର୍ମୀ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା । ଆଗାମୀ ଦିନରେ ଦାବି ପୂରଣ ନହେଲେ କାର୍ଯ୍ୟବନ୍ଦ ଚେତାବନୀ ଦେଇଛନ୍ତି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: