
ସମ୍ବଲପୁର: ରାସ୍ତା ନିର୍ମାଣକୁ ନେଇ ଭୋଟ ବର୍ଜନ । ଏଭଳି ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲାରେ । ଏହି ଜିଲ୍ଲାର ଜମନକିରା ବ୍ଲକ ସର୍ଡା ପଞ୍ଚାୟତ ସବୁ କ୍ଷେତ୍ରରେ ପଛୁଆ ରହିଆସିଛି । ସରକାରଙ୍କ ସମସ୍ତ ସୁବିଧାରୁ ବଞ୍ଚିତ ହେଉଛନ୍ତି ଏହି ଗ୍ରାମବାସୀ । ସର୍ଡା ପଞ୍ଚାୟତ ଆଜି ମଧ୍ୟ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ସବୁବେଳେ ଅବହେଳିତ ହୋଇରହିଛି । ଏହି ସର୍ଡା ପଞ୍ଚାୟତକୁ ଆଦର୍ଶ ପଞ୍ଚାୟତ କରିବାକୁ ପୋଷ୍ୟ ପଞ୍ଚାୟତ ଭାବରେ ୨୦୧୫ରେ ଗ୍ରହଣ କରାଯାଇଥିଲା।

ଏହି ପଞ୍ଚାୟତରୁ ଜମନକିରା ବ୍ଲକ ହେଡକ୍ୱାଟରକୁ ଯାଇଥିବା ପାହାଡିଆ ରାସ୍ତା ୮ କିଲୋମିଟର । ଏହି ରାସ୍ତାଟି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ତିଆରି ଚାଲିଥିଲା । ହଠାତ ୩ କିଲୋମିଟର ସଂରକ୍ଷଣ ଜଙ୍ଗଲ ବୋଲି ରାସ୍ତାକାମ ବନ୍ଦ କରିଦିଆଗଲା। ଏହାକୁ ନେଇ ସର୍ଡା ପଞ୍ଚାୟତର ପାଞ୍ଚ ଖଣ୍ଡ ଗାଁର ଲୋକ ତୁରନ୍ତ ସେହି ପାହାଡିଆ ତିନି କିଲୋମିଟର ରାସ୍ତା ନିର୍ମାଣ ଦାବି କରିଛନ୍ତି ।

ନଚେତ ଆଗାମୀ ୨୦୧୯ ନିର୍ବାଚନ ବର୍ଜନ କରିବାକୁ ପ୍ରଶାସନକୁ ଉପଜିଲ୍ଲାପାଳଙ୍କ ଜରିଆରେ ଜିଲ୍ଲାପାଳଙ୍କ ପାଖକୁ ପଠାଇଛନ୍ତି । ତେବେ ଗ୍ରାମବାସୀଙ୍କ କହିବାନୁସାରେ ଏହି ରାସ୍ତା ଦେଇ ଲୋକମାନେ ଯିବାଆସିବା କରନ୍ତି । ଯଦି ସେହି ରାସ୍ତା ତିଆରି ନହୁଏ ତେବେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏହି ଗ୍ରାମବାସୀ । ତେବେ ଏହାକୁ ତୁରନ୍ତ ତିଆରି ପାଇଁ ଦାବି କରିଛନ୍ତି ।
