ଭୁବନେଶ୍ୱର: ମଣ୍ଡିରେ ପଡିଛି ଧାନ । କେଉଁଠି ବର୍ଷାରେ ଧାନ ଭିଜି ନଷ୍ଟ ହେଲାଣି ତ ଆଉ କେଉଁଠି ଧାନ ଗଜା ହୋଇଗଲାଣି । ଚିନ୍ତାରେ ଚାଷୀ । ଓଡିଶା ଛୁଇଁଲାଣୀ ମୌସୁମୀ ହେଲେ ସମବାୟ ମନ୍ତ୍ରୀଙ୍କ କଥା ମୋତେ ପଚାରନି ମୋ ବିଭାଗ କଥା । କଣ ପାଇଁ ମନ୍ତ୍ରୀ ଏପରି ଉତ୍ତର ଦେଲେ ଏହାକୁ ନେଇ ଏବେ ସୃଷ୍ଟି ହୋଇଛି ପ୍ରଶ୍ନ ।
ମୁଣ୍ଡ ଝାଳ ତୁଣ୍ଡରେ ମାରି ଅମଳ କରିଥିବା ଫସଲ ଏବେ ବର୍ଷାରେ ଭିଜି ନଷ୍ଟ ହେଉଛି । ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ନୂଆପଡା ଧାନମଣ୍ଡିରୁ । କେବଳ ନୂଆପଡା ନୁହେଁ ବରଗଡ, ବାଲେଶ୍ୱର, କଳାହାଣ୍ଡି ସବୁଠି ଏପରି ସ୍ଥିତି । ଅନ୍ୟପଟେ ମୌସୁମୀ ଓଡ଼ିଶା ଛୁଇଁବା ପରେ ଧାନମଣ୍ଡିରେ ଧାନ ଏବେ ଅସୁରକ୍ଷିତ ଅବସ୍ଥାରେ । ଗୋଟିଏ ପଟେ ଚାଷୀକୂଳ ଚିନ୍ତାରେ ଥିବାବେଳେ ସରକାର କିନ୍ତୁ ବେଫିକର । ଏନେଇ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ପଚାରିବାରୁ ସେ କହିଛନ୍ତି ‘ମୋତେ ପଚାରନି ମୋ ବିଭାଗ କଥା ।’
ସରକାର ଓ ମିଲର ମାନଙ୍କ ମଧ୍ୟରେ ମଧୁଚନ୍ଦ୍ରିକାରେ ଶୋଷଣର ଶିକାର ହେଉଛନ୍ତି ଚାଷୀ ।.ହେଲେ ଚେଇଁ ଶୋଇଛି ସରକାର । ଗୋଟିଏ ପଟେ ଚାରି ଚାରି ଥର କୃଷି କର୍ମଣ ପୁରସ୍କାର ପାଇବାକୁ ନେଇ ରାଜ୍ୟ ସରକାର ଗର୍ବ କରୁଥିବା ବେଳେ ମଣ୍ଡି ସମସ୍ୟା ରାଜ୍ୟରେ ଚାଷୀଙ୍କ ବାସ୍ତବ ସ୍ଥିତିକୁ ପଦାରେ ପକାଇଛି । ଖରିଫ ହେଉ ଅବା ରବି ସବୁ ସମୟରେ ମଣ୍ଡି ସମସ୍ୟା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଲାଣି । ଚାଷୀଙ୍କ କ୍ଷେତ୍ରରେ ସରକାରଙ୍କ ଏଭଳି ଉଦାସୀନତା ମନୋଭାବକୁ ଘୋର ସମାଲୋଚନା କରିଛନ୍ତି ବିରୋଧୀ ।
କିଛି ଦିନ ପରେ କୃଷି ନୀତିରେ ସଂଶୋଧନ କରି ନୂଆ କୃଷି ନୀତି ଆଣିବାକୁ ଯାଉଛନ୍ତି ରାଜ୍ୟ ସରକାର । ଚାଷୀଙ୍କ ଲାଗି କାଳିଆ ଯୋଜନା କରି ବାହା ବାହା ନେବାକୁ କୁଣ୍ଠାବୋଧ କରୁ ନାହାନ୍ତି ସରକାର ମାତ୍ର ରାଜ୍ୟର ଏହି ଦୃଶ୍ୟ ହିଁ କହୁଛି ଆଜି ବି ରାଜ୍ୟରେ ଚାଷୀଙ୍କ ସ୍ଥିତି କିପରି ରହିଛି ।
ପୁରୀ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପାର୍ଶ୍ବ ପରିବର୍ତ୍ତନ ଏକାଦଶୀ ନୀତି ଅନୁଷ୍ଠିତ ହେବ । ଏଥିପାଇଁ ଆଜି ସକାଳୁ ମହାପ୍ରଭୁଙ୍କ ସ୍ବତନ୍ତ୍ର ନୀତି ଆରମ୍ଭ ହୋଇଛି । ସକାଳ ଧୂପ ଓ ଭୋଗମଣ୍ଡପ ପରେ ଶ୍ରୀବିଗ୍ରହଙ୍କୁ ମହାସ୍ନାନ କରାଯାଇ ନୂଆଲୁଗା ଓ ଚନ୍ଦନ ଲାଗି କରାଯିବ ।
ସନ୍ଧ୍ୟା ଆଳତୀ ପରେ ଏକାଦଶୀ ବେଢାକୁ ମଦନମୋହନ ବିଜେ କରିବା ପରେ ବେଢା ପରିକ୍ରମା କରି ଅନ୍ୟାନ୍ୟ ନୀତି କାନ୍ତି ବଢିବ । ଆସନ୍ତାକାଲି ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି ସହ ଶ୍ରୀନହରରେ ଗଜପତି ମହାରାଜଙ୍କ ସୁନିଆ ଉତ୍ସବ ପାଳନ କରାଯିବ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅନୁଗୁଳ: ଅନୁଗୁଳରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଛେଣ୍ଡିପଦା ପରଙ୍ଗ ପଞ୍ଚାୟତ କାର୍ଯ୍ୟାଳୟରେ ବିଜେପି ପକ୍ଷରୁ ଆୟୋଜିତ ମେଗା ରକ୍ତଦାନ ଶିବିରରେ ଯୋଗ ଦେଇଛନ୍ତି । ମୋଦି ସରକାରଙ୍କ ସେବାପକ୍ଷ ପାଳନ ଅବସରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏହାପରେ ସହିଦ ବିକା ନାୟକଙ୍କ ଜନ୍ମମାଟି ତାଳଚେର ଚନ୍ଦ୍ରବିଲ ଗାଁକୁ ଯାଇ `ମୋ ଦେଶ ମୋ ମାଟି' କାର୍ଯ୍ୟକ୍ରମରେ ସାମିଲ ହେବେ କେନ୍ଦ୍ରମନ୍ତ୍ରୀ ।
ମାଟି ସଂଗ୍ରହ କରି ସହିଦ ପରିବାରଙ୍କୁ ସମ୍ମାନିତ କରିବେ ଓ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ । ଏହାଛଡା ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେବା ସହ ଛାତ୍ରଛାତ୍ରୀଙ୍କୁ ଶପଥ ପାଠ କରାଇବେ ଧର୍ମେନ୍ଦ୍ର ପ୍ରଧାନ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଭୁବନେଶ୍ୱର: ଆଜି ହାଇକୋର୍ଟରେ ରତ୍ନଭଣ୍ଡାର ସମ୍ପର୍କିତ ମାମଲାର ହେବ ଶୁଣାଣୀ। ରତ୍ନଭଣ୍ଡାର ଖୋଲି ରତ୍ନ ଅଳଙ୍କାର ହିସାବ କରିବାକୁ ଦାବି କରି ରାଜ୍ୟ ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତିଙ୍କ ପକ୍ଷରୁ ଦାଖଲ ଜନସ୍ବାର୍ଥ ମାମଲା ଉପରେ ହେବ ଶୁଣାଣୀ।
ମୁଖ୍ୟ ବିଚାରପତି ଜଷ୍ଟିସ ଶୁଭାଶିଷ ତାଳପତ୍ର ଓ ଜଷ୍ଟିସ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠରେ ହେବ ଶୁଣାଣୀ। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ ମାମଲା ପରିଚାଳନା କରୁଛନ୍ତି।
ଅଧିକ ପଢନ୍ତୁ ଓଡ଼ିଶା ଖବର