ଆହୁରି ପଢନ୍ତୁ: ଦେଶରେ ଅହେତୁକ ଭାବରେ ବଢୁଛି ତାପମାତ୍ରା
ମାର୍ଚ୍ଚରେ କାଳବୈଶାଖୀର ପ୍ରଭାବ ଓଡ଼ିଶା ଉପରେ ନଥିବା ବେଳେ ପଶ୍ଚିମା ଝଡ଼ ପ୍ରଭାବରେ କମିବ ତପମାତ୍ରା । ଆଉ ଖରାରୁ ମିଳିବ ଆଶ୍ବସ୍ତି । 15 ରୁ ରାଜ୍ୟରେ ପୁଣି ମେଘୁଆ ପାଗ ସହ ବର୍ଷା ଆରମ୍ଭ ହେବ । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ ସମେତ ରାୟଗଡା, କୋରାପୁଟ ଓ ମାଲକାନଗିରିରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।
ଆହୁରି ପଢନ୍ରାତୁ: ରାଜ୍ୟରେ ମାର୍ଚ୍ଚରୁ ତାପମାତ୍ର ଛୁଁଇବ ୪୦ ଡିଗ୍ରୀ
ଆଜିଠୁ ସାରା ରାଜ୍ୟରେ ତାପମାତ୍ରା ବଢିବ । ଓଡିଶା ଓ ସଂଲଗ୍ନ ରାଜ୍ୟରେ 15 ତାରିଖ ବେଳକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହା ଟ୍ରଫଲାଇନ୍ ରେ ପରିଣତ ହୋଇ ରାଜ୍ୟର ପାଗରେ ପରିବର୍ତ୍ତନ ଆଣିବ । ଖରାଦିନିଆ ଫସଲ ଆମ୍ବ, ପଣସ ପାଇଁ ଏହା ଅନୁକୂଳ ରହିବ ।