ମାଧ୍ୟମିକ ଶିକ୍ଷା ବୋର୍ଡ (ବିଏସ୍ଇ) ପକ୍ଷରୁ ଏପ୍ରିଲ୍ ୯ ତାରିଖରେ ହେବାକୁ ଥିବା ଓଟିଇଟି ପରୀକ୍ଷା ପାଇଁ ଗୁରୁବାର ଦିନ ଅଫିସିଆଲ୍ ପୋର୍ଟାଲରେ ପରୀକ୍ଷାର୍ଥୀଙ୍କ ଆଡମିଟ୍ କାର୍ଡ ଅପଲୋଡ୍ କରାଯାଇଛି।
ଓଟିଇଟି ପେପର-୧ ପରୀକ୍ଷା ସକାଳ ୮ଟାରୁ ୧୦ଟା ୩୦ମି. ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବାବେଳେ ପେପର-୨ ପରୀକ୍ଷା ଦିନ ୧୨ଟାରୁ ଦିନ ୨ଟା ୩୦ମି. ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।
ମୋଟ ୧,୨୫,୮୮୦ ପ୍ରାର୍ଥୀଙ୍କ ମଧ୍ୟରୁ ୭୨,୪୭୭ ପ୍ରାର୍ଥୀ ପେପର-୧ ଏବଂ ପେପର-୨ ପାଇଁ ୫୩,୪୦୩ ପ୍ରାର୍ଥୀ ପରୀକ୍ଷା ଦେବେ।