ସୂଚନାନୁସାରେ, ମଙ୍ଗଳବାର ଚେନ୍ନାଇ ଏୟାରପୋର୍ଟରେ ଦେଖା ଦେଇଥିଲେ ବାବୁସାନ । ଫଳରେ ପୁଣି ବାବୁସାନଙ୍କୁ ନେଇ ବଢ଼ିଥିଲା ସସପେନ୍ସ । ମଙ୍ଗଲବାରଠୁ ଦୁଇ ବନ୍ଧୁଙ୍କ ସହ ସେ ଚେନ୍ନାଇ ଏୟାରପୋର୍ଟରେ ବୁଲୁଥିବା ଭିଡିଓରେ ଦେଖାଯାଇଥିଲେ। ଆଉ ଏବେ ମାନେ ଗୋଟିଏ ଦିନ ପରେ ମାନ ବୁଧବାର ଦିନ ସକାଳୁ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିଥିଲେ ବାବୁସାନ୍ । ସେପଟେ ଚେନ୍ନାଇରୁ ଭୁବନେଶ୍ୱର ଆସିବା ପରେ ପ୍ରକୃତିଙ୍କୁ ମଙ୍ଗଳବାର ଜେରା କରିଛି ପୋଲିସ ।
ଚର୍ଚ୍ଚାର ହେଲା ଅନ୍ତ, ଫେରିଲେ ବାବୁସାନ

ଅର୍ଗସ ବ୍ୟୁରୋ: ଫେରିଲେ ବାବୁସାନ। ଚର୍ଚ୍ଚାରେ ହେଲା ଅନ୍ତ । ଶେଷରେ ଓଡିଶାରେ ପହଞ୍ଚିଛନ୍ତି ବାବୁସାନ ମହାନ୍ତି ।ଚେନ୍ନାଇରୁ ଇଣ୍ଡିଗୋ ବିମାନ ଯୋଗେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି ବାବୁସାନ୍ । ଚେନ୍ନାଇ ଏୟାରପୋର୍ଟରେ ବାବୁସାନଙ୍କୁ ଦେଖିଥିଲେ ଯାତ୍ରୀ । ଚେନ୍ନାଇରୁ ଭୁବନେଶ୍ବର ଆସିଲା ଫ୍ଲାଇଟ୍, ହେଲେ ବାବୁସାନଙ୍କର ଦେଖାମିଳିଲାନି । ମଙ୍ଗଳବାର ରାତିଠୁ ଲାଗିରହିଥିବା କଳ୍ପନାଜଳ୍ପନାରେ ଶେଷ ହୋଇଛି । ଭୁବନେଶ୍ୱରରେ ଫେରିବା ପରେ ବାପା, ମାଆଙ୍କ ପାଖକୁ ଯିବି ବୋଲି କହିଛନ୍ତି । ବାବୁସାନ୍ଙ୍କୁ ଥାନାରେ ହାଜର ହେବାକୁ ନୋଟିସ୍ ଦେଇଛି ପୋଲିସ ।
Download Argus News App
