ଘଟଣା ସ୍ଥଳରେ ଚାପା ଉତେଜନା ସହ ପୋଲିସ ଉପରକୁ ମଧ୍ୟ ଆକ୍ରମଣ କରିଥିଲେ ଉତେଜିତ ଲୋକ । ତେବେ ଏଭଳି ଘଟଣା ବାରମ୍ବାର ଘଟୁଥିଲେ ହେଁ ଟ୍ରାଫିକ ଅବ୍ୟବସ୍ଥା ଓ ପରିଚାଳନା ଗତ ତୃଟିକୁ ସୁଧାର କରିବାରେ ପ୍ରଶାସନ ଫେଲ ମାରିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । ସୁବର୍ଣ୍ଣପୁର ସହରରେ ଛୋଟ ବଡ କରି ରହିଛି ମାତ୍ର ୬ଟି ଛକ । ସହର ଦେଇ ଯାଇଛି ୫୭ ନଂ ଜାତୀୟ ରାଜପଥ । ଦିନକୁ ଦିନ ଗାଡି ମଟର ସଂଖ୍ୟା ବଢୁଥିବାବେଳେ ସୁଧୁରୁନି ଟ୍ରାଫିକ ସମସ୍ୟା । କେବଳ ଜନ ଗହଳି ପୁର୍ଣ୍ଣ ବ୍ଲକ ଛକରେ ରହିଛି ଟ୍ରାଫିକ ସିଗନାଲ । ହେଲେ ଟ୍ରାଫିକ ପରିଚାଳନ ତୃଟି ଯୋଗୁଁ ଏଠାରେ ବାରମ୍ବାର ଛୋଟ ବଡ ଦୁର୍ଘଟଣା ଘଟୁଥିବା ଅଭିଯୋଗ ହୋଇଛି ।
ଏ ଦିଗରେ ପ୍ରଶାସନ ପକ୍ଷରୁ ଦୃଷ୍ଟି ଦେବା ସହ ତୁରନ୍ତ ସମାଧାନ ପାଇଁ ପ୍ରୟାସ କରିବାକୁ ସାଧାରଣରେ ଦାବି ହୋଇଛି । ତେବେ ସାରା ଜିଲ୍ଲାରେ ୨୦୨୩ ମସିହାରେ ୮୪ ଟି ଦୁର୍ଘଟଣା ଘଟିଥିବାବେଳେ ୫୪ ଜଣ ପ୍ରାଣ ହରାଇଛନ୍ତି । ଏନେଇ ଉଭୟ ପରିବହନ ବିଭାଗ ଓ ପୋଲିସ ବିଭାଗକୁ ଦାୟି କରିଛନ୍ତି ବୁଦ୍ଧିଜିବୀ । ଅପରପକ୍ଷରେ ଟ୍ରାଫିକ ସମସ୍ୟାର ସମାଧାନ ସହ ବ୍ୟବସ୍ଥାର ସୁଧାର ଓ ଦୁର୍ଘଟଣା ଘଟାଇଥୀବା ଗାଡି ଚାଳକ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଟାନ ନିଆଯିବ ବୋଲି କହିଛନ୍ତି ଜିଲ୍ଲା ଆରକ୍ଷି ଅଧିକ୍ଷକ ଓ ଜିଲ୍ଲାପାଳ । ଗୋଟିଏ ପଟେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ସଡକ ସୁରକ୍ଷା ସପ୍ତାହ ପାଳିତ କରାଯାଉଛି । ଏପଟେ ପରିଚାଳନା ଗତ ତୃଟି ପାଇଁ ଯାଉଛି ମୁଲ୍ୟବାନ ଜୀବନ । ଏଥି ପ୍ରତି ସରକାର ଓ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି ।
ଅଧିକ ଦେଖନ୍ତୁ :