ସ୍ଥାନୀୟ ଲୋକମାନେ ଉଭୟଙ୍କୁ ଉଦ୍ଧାର କରି ଚନ୍ଦ୍ରଗିରି ମେଡିକାଲରେ ଭର୍ତ୍ତି କରିଥିବାବେଳେ ଡ଼ାକ୍ତର ପ୍ରଶାନ୍ତକୁ ମୃତ ଘୋଷଣା କରିଛନ୍ତି। ଫଳରେ ଉତ୍ୟକ୍ତ ଲୋକେ ଆକ୍ରମଣକାରୀଙ୍କ ଘରେ ନିଆଁ ଲଗାଇଦେଇଥିବା ଦେଖିବାକୁ ମିଳିଛି। ଖବର ପାଇ ମୋହନା ପୋଲିସ୍ ଏବଂ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ନିଆଁକୁ ଆୟତ କରିଛନ୍ତି । ସେପଟେ ଅଭିଯୁକ୍ତଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରିବା ଏବଂ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ । ପରିସ୍ଥିତି ଉତେଜନା ପୂର୍ଣ୍ଣ ରହିଥିବାବେଳେ, ପୋଲିସ୍ ପକ୍ଷରୁ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି । ମଙ୍ଗଳବାର ମଧ୍ୟ ରାତ୍ରରୁ ରାସ୍ତା ଅବରୋଧ ଜାରି ରହିଛି ଏବଂ ସ୍ଥାନୀୟ ଲୋକେ ନିଜ ଜିଦିରେ ଅଟଳ ରହିଛନ୍ତି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: