ବ୍ରହ୍ମପୁର: ହାତୀ ଆକ୍ରମଣରେ ବନକର୍ମଚାରୀ ଗୁରୁତର । ଏଭଳି ଘଟଣା ଘଟିଛି ଭଂଜନଗର ନିକଟସ୍ଥ ମୁଜାଗଡ ସେକ୍ସନ ବାଇବାଲି ଜଙ୍ଗଲରେ । ହାତୀ ଆକ୍ରମଣରେ ଜଣେ ବନକର୍ମଚାରୀ ଗୁରୁତର ହୋଇଥିବା ଜଣାପଡିଛି । ଜଙ୍ଗଲରୁ ହାତୀ ଗାଁ ମୁହାଁ ହେଉଥିବାବେଳେ ସେମାନଙ୍କୁ ଘଉଡାଇବା ପାଇଁ ଯାଇଥିବା ସମୟରେ ହାତୀ ସହ ବନ କର୍ମଚାରୀ ମୁହାଁ ମୁହିଁ ହୋଇଥିଲେ ।
ସେଠାରେ ଉପସ୍ଥିତ ଥିବା ଅନ୍ୟ କର୍ମଚାରୀମାନେ ଦଉଡି ପଳାଇଥିବା ବେଳେ ଗାର୍ଡ ଶ୍ରୀମନ ପ୍ରଧାନ ହାତୀ ଆକ୍ରମଣର ଶିକାର ହୋଇଥିଲେ । ହାତୀ ତାଙ୍କୁ ଶୁଣ୍ଢରେ ଫୋପାଡ଼ି ଦେଇ ଚାଲି ଯାଇଥିଲା । ତେବେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଯାଇ ପ୍ରଥମେ ଭଂଜନଗର ଓ ପରେ ଅବସ୍ଥା ସଂକଟାପର୍ଣ୍ଣ ହେବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲକୁ ପଠାଯାଇଛି ।
ଅର୍ଗସ ବ୍ୟୁରୋ: ନିମ୍ନମାନର କାର୍ଯ୍ୟ ପାଇଁ ଭୁଶୁଡି ପଡ଼ିଲା ନିର୍ମାଣଧୀନ ବ୍ରିଜ ୱାଲ। ନୀଳଗିରି ଦେଇ ଯାଉଥିବା ସାଳନ୍ଦୀ କେନାଲ ଯୋଜନା ସନ୍ତରାଗଡିଆର ଅସ୍ତିଆ ଗ୍ରାମ ନିକଟରେ ନିର୍ମାଣାଧୀନ ବ୍ରିଜର୍ ବଡ଼ ୱାଲ ଗଡି ପଡ଼ିଲା। ଗତକାଲି ରାତିରେ ବିନା ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ଢଳେଇ ପଡିଥିବା ବେଳେ ନିମ୍ନମାନର କାର୍ଯ୍ୟ ପାଇଁ ଆଜି ଗଳିପଡିଛି। ଅଳ୍ପକେ ବର୍ତ୍ତିଯାଇଛନ୍ତି କାର୍ଯ୍ୟରତ ଶ୍ରମିକ।
କୋଟି କୋଟି ଟଙ୍କାର ଏକ ବଡ଼ କେନାଲ ନିର୍ମାଣ ହେଉଥିବାରୁ ୬ଟି ୱାଲ ହୋଇଥିଲା। ତେବେ କାମ ଅତ୍ୟନ୍ତ ନିମ୍ନ ମାନର ହୋଇଥିବାରୁ ବିନା ବେଶରେ ୱାଲ ହୋଇଥିବା ଯୋଗୁ ଗୋଟିଏ ୱାଲ ଭୁଶୁଡି ପଡିଥିବା ଅଭିଯୋଗ ହେଉଛି। କାମ ଆରମ୍ଭରୁ ଏମିତି ହେଲାଣି ଆଗକୁ ବ୍ରିଜ କେତେ ସୁରକ୍ଷିତ ବୋଲି ବି ପ୍ରଶ୍ନ କରିବା ସହ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ସ୍ଥାନୀୟ ସରପଞ୍ଚ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ଯାଜପୁର ଜିଲ୍ଲା ବିଞ୍ଝାରପୁର ଯଜ୍ଞପଡ଼ିଆରେ ମହେନ୍ଦ୍ର ସିଂ ମେମୋରିଆଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ୍ ୱାରିଅରସ କ୍ରିକେଟ କ୍ଲବ ଚନ୍ଦନପୁର ଓ ବିଂଝାରପୁର କ୍ରିକେଟ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ୱାରିୟର୍ସ କ୍ରିକେଟ କ୍ଲବ ଚନ୍ଦନପୁର ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ବିଞ୍ଝାରପୁର କ୍ରିକେଟ କ୍ଲବ ନିର୍ଦ୍ଧାରିତ ୨୫ଓଭର ଖେଳି ୬ୱିକେଟ୍ ହରାଇ ୨୨୨ରନ୍ ସଂଗ୍ରହ କରିଥିଲା । ଏହାର ଜବାବରେ ୱାରିୟର୍ସ କ୍ରିକେଟ କ୍ଲବ ଚନ୍ଦନପୁର ୧୭ଓଭର ଖେଳି ସମସ୍ତ ୱିକେଟ୍ ହରାଇ ୯୨ରନ୍ ସଂଗ୍ରହ କରି ବିଂଝାରପୁର କ୍ରିକେଟ କ୍ଲବ ଠାରୁ ପରାସ୍ତ ହୋଇଥିଲା।
ଉଦ୍ଯାପନୀ ଫାଇନାଲ୍ ମ୍ୟାଚ୍ର ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଆ ଫିଲ୍ମର ଅଭିନେତ୍ରୀ ପ୍ରିୟା ଚୌଧୁରୀ ବ୍ଳକ୍ ଅଧ୍ୟକ୍ଷା ରଞ୍ଜିତା କୁମାରୀ ଦାସ ,ଜିଲ୍ଲା ପରିଷଦ ସଭ୍ୟ ନନ୍ଦ କିଶୋର ସାମଲ, ଉପାଧ୍ୟକ୍ଷ ସେକ ଇର୍ସାଦ, ମହେନ୍ଦ୍ର ସିଂ ମେମୋରିଆଲ ଟୁର୍ଣ୍ଣାମେଣ୍ଟର ସମ୍ପାଦକ ସୁଖରଞ୍ଜନ ପରିଡା ପ୍ରମୁଖ ଯୋଗ ଦେଇ ବିଜେତା ଓ ଉପ ବିଜେତା ଦଳକୁ ଟ୍ରଫି ସହ ନଗଦ ଅର୍ଥରାଶି ପୁରସ୍କାର ପ୍ରଦାନ କରିଥିଲେ । ଏହି ଅବସରରେ ବିଞ୍ଝାରପୁର କ୍ରିକେଟ କ୍ଲବର ସେକ ଆଝାରୁଦ୍ଦିନଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଭାବେ ପୁରସ୍କୃତ କରଯାଇଥିଲା ।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର