55 ଜଣ ପୁରୁଷ ଓ 9 ଜଣ ମହିଳା ଚାଷୀଙ୍କୁ ମିଶାଇ ମୋଟ 64 ଜଣ ଚିନାବାଦାମ ଚାଷୀ, ଶିକ୍ଷା ଓ ଅନୁସନ୍ଧାନ ବିଶ୍ଵ ବିଦ୍ୟାଳୟର ଅଧ୍ୟାପକ ଏବଂ ବିଭିନ୍ନ କୃଷକ ଉତ୍ପାଦକ ସଙ୍ଗଠନର ଅଧିକାରୀ ମାନେ ଏହି ପରିଦର୍ଶନରେ ଯିବେ । କୃଷି କ୍ଷେତ୍ରରେ ଗୁଜୁରାଟର ଚାଷୀ ବ୍ୟବହାର କରୁଥିବା ଉନ୍ନତ ଜ୍ଞାନ ବିଷୟରେ ଜାଣିବେ ଓଡ଼ିଆ ଚାଷୀ । ଓଡିଶା ରେ କେମିତି ହେଉଛି ଚିନାବାଦାମ ଚାଷ ? ଗୁଜୁରାଟରେ କେଉଁ ପଦ୍ଧତି ବ୍ୟବହାର ହେଉଛି ? ଗୁଜୁରାଟର ଚାଷୀ ମାନଙ୍କ ଠାରୁ କଣ ଶିଖି ହେବ ?
ଏହି ସବୁ ଉଦ୍ଦେଶ୍ୟ ନେଇ 10 ଦିନିଆ ଗୁଜୁରାଟ ଗସ୍ତରେ ଯାଉଛନ୍ତି ଓଡିଶା ଚାଷୀ । ତେବେ ଗୁଜୁରାଟ ଗସ୍ତ ପୂର୍ବରୁ ଶିକ୍ଷା ଓ ଅନୁସନ୍ଧାନ ବିଶ୍ଵବିଦ୍ୟାଳୟରେ ଅନୁଷ୍ଠିତ ହୋଇଛି ଓଡ଼ିଶା ଚିନାବାଦାମ କୃଷକଙ୍କ ଚାଷ ସମ୍ବନ୍ଧୀୟ ଗୁଜରାଟ ପରିଦର୍ଶନକୁ ନେଇ ଉଦବୋଧନ ସଭା । ଏଥିରେ ଶିକ୍ଷା ଓ ଦକ୍ଷତା ବିକାଶ ତଥା ଉଦ୍ୟାମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି । ତେବେ ବାଦାମ ଚାଷୀଙ୍କ ପାଇଁ ବିଭିନ୍ନ ସୁଯୋଗ ସୃଷ୍ଟି କରିବା କ୍ଷେତ୍ରରେ ଏହି ଯାତ୍ରା ବେଶ୍ ସହାୟକ ହେବ ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଭାରତ ସରକାରଙ୍କ ଦ୍ବାରା ନାଫେଡ଼ ପାଖାପାଖି 100ଟି କୃଷକ ଉତ୍ପାଦକ ସଙ୍ଗଠନ ବା ଏଫପିଓ ଗଠନ କରିଛି ।