ଡ଼ିଆ ଘରର ବାର ମାସର ତେର ପର୍ବ ଭିତରେ ବୈଶାଖର ଏଇ ପହିଲି ପର୍ବଟି ବେସ୍ ମଉଜିଆ। କଦଳୀ, ନଡିଆ, ଛେନା ଆଉ ବେଲ ଭଳି ଭଳି ଭଳିକା ପେଟ ଥଣ୍ଡା କଲା ଭଳିଆ ଦ୍ରବ୍ୟରେ ପ୍ରସ୍ତୁତ ହୁଏ ପଣା। ନିଦାଘରେ ପେଟ ଥଣ୍ଡା, ମିଜାଜକୁ ମଉଜିଆ ମଉଜିଆ ଫିଲ୍ ଦେବାକୁ ଏଇଟା ଯଥେଷ୍ଟ କହିଲେ ଭୁଲ୍ ହେବନି।
ଆଜି ପୁଣି ହନୁମାନ ଜୟନ୍ତୀ। ପରମ ରାମଭକ୍ତ ଲୋକଦେବତା ହନୁମାନଙ୍କ ଜନ୍ମୋତ୍ସବ। ପ୍ରତି ମନ୍ଦିରରେ ଭିଡ। ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ମହାବୀରଙ୍କ ପାଖକୁ ବଡ଼ଠାକୁର ଆଜି ଦିନରେ ପଠାନ୍ତି ଆଜ୍ଞାମାଳ ଆଉ ମହାର୍ଦ୍ଦ। ଏଠି ଭଗବାନ ଭକ୍ତର ଜନ୍ମଦିନ ପାଳନ୍ତି।
ଦଣ୍ଡ ନାଟ, ଝାମୁଚଲାର ଆଜି ହେଉଛି ଅନ୍ତିମ ପର୍ବ। ନିଆଁରେ ଚାଲି ଦଣ୍ଡ ପାଟୁଆ ମା’କୁ ନିଜର ଭକ୍ତି ଅର୍ଘ ସମର୍ପି ଦିଏ। ତାରିଣୀ ପୀଠରେ ମା’ ହୁଏ ସୁନାବେଶ। ଭକ୍ତ ପାଇଁ କରେ ଉପବାସ। ଆଉ ଉତ୍ତର ଓଡ଼ିଶାରେ ଦେହ ଆଉ ଜୀଭରେ କଣ୍ଟା ପିଟି ଉତ୍ସବ ପାଳେ ଓଡ଼ିଶା।