ଅନ୍ୟପଟେ ଧାମନଗରରେ ଧକ୍କା ଖାଇବା ପରେ ଶାସକ ବିଜେଡି ପଦ୍ମପୁରରେ ନବୀନଙ୍କୁ ଭର୍ଚୁଆଲ ବଦଳରେ ଗ୍ରାଉଣ୍ଡରେ ପ୍ରଚାର କରାଇବା ନେଇ ହେଉଛି ଚର୍ଚ୍ଚା । ତେବେ ଏନେଇ କିଛି ବି ସ୍ପଷ୍ଟ କରିନି ଶାସକ ଦଳ । ଦଳ ପକ୍ଷରୁ ବିଧାୟକ ମନ୍ତ୍ରୀ ଏବଂ ନେତା ମାନେ ଦଳୀୟ ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ପାଇଁ ପ୍ରଚାର ଜୋରଦାର କରିଛନ୍ତି । ଅନ୍ୟପଟେ କଂଗ୍ରେସ ପକ୍ଷରୁ ସତ୍ୟଭୂଷଣ ସାହୁଙ୍କ ପାଇଁ ମଧ୍ୟ ପ୍ରଚାର ଚାଲିଛି ।
ଶେଷ 5 ରୁ 4 ଦିନ ମଇଦାନରେ ରହିବେ କେନ୍ଦ୍ରମନ୍ତ୍ରୀ। ପଦମପୁର ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ପ୍ରଚାର କରିବା ପାଇଁ ଆଜିଠୁ ୩ ଦିନିଆ କାର୍ଯ୍ୟକ୍ରମରେ ଆସୁଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି 3ଦିନରେ ଧର୍ମେନ୍ଦ୍ର ପ୍ରଧାନ ପଦମପୁରରେ ପ୍ରଚାର କରିବା ସହ ବିଶାଳ ଜନସଭାକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି।
ଆଜି ସକାଳୁ ପ୍ରଥମେ କେନ୍ଦ୍ରମନ୍ତ୍ରୀ ମାଣ୍ଡୋସିଲଠାରେ ଏକ ଜନସଭା କରି ପ୍ରଚାର ଅଭିଯାନ ଆରମ୍ଭ କରିବେ। ପରେ ମିଠାପାଲି, ପାଇକମାଳ, ହିରାପୁର, ନୂଆ ଗାଁ, ଝାରମୁଣ୍ଡାରେ ରୋଡ ସୋ, ପଦଯାତ୍ରା କରିବେ। ସେହିପରି ଅପରାହ୍ନରେ ଭେଙ୍ଗରାଜପୁରରେ ଏକ ସାଧାରଣ ଜନସଭାକୁ ସମ୍ବୋଧିତ କରିବା ସହ ସଂଧ୍ୟାରେ ମାଲଦା, ପଲସଦା ଓ ଖଇରାରେ ରୋଡ ଶୋ କରିବାର କାର୍ଯ୍ୟକ୍ରମ ରହିଛି।...