ଆଉ ସେହି ଟୋକନ ମିଲର କିଣି ନେଇଯିବ । ମିଲର ଏହି ଟୋକନ୍ ଜରିଆରେ ମଣ୍ଡି ଖୋଲିବା ଆଗରୁ ଚାଷୀଙ୍କ ଠାରୁ ମାତ୍ରା 1200 ରୁ 1300 ଟଙ୍କାରେ କିଣିଥିବା ଲକ୍ଷ ଲକ୍ଷ କୁଇଣ୍ଟାଲ ଧାନ ବିକ୍ରି କରିବେ । ଅସାଧୁ ଉପାୟରେ ଧାନ ଚାଷ କରିନଥିବା ପଞ୍ଜୀକୃତ ଚାଷ ଜମି ପାଇଁ ମିଳିଥିବା ଟୋକନ ଜରିଆରେ ମିଲର ମାନେ ଧାନକୁ କଳାରୁ ଧଳା କରିବେ । ଏବେ ବି ମିଲର ମାନେ ମଣ୍ଡିରୁ ଯେତିକି ଧାନ ଉଠାଇଛନ୍ତି, ଯଦି ଓଡ଼ିଶା ସରକାର ଠିକ୍ ଉପାୟରେ ତଦନ୍ତ କଲେ ତାଠୁ ଢେର ଅଧିକ ମିଲରେ ଗଚ୍ଛିତ ଥିବା ଧାନ ଧରାପଡ଼ିଯିବ । ରାଜ୍ୟ ସରକାର, ରାଜ୍ୟ ଖାଦ୍ୟ ଯୋଗାଣ ବିଭାଗର ଅଧିକାରୀ ଏବଂ ମିଲର ମାନଙ୍କ ମିଲି ଭଗତରେ ଓଡ଼ିଶାର ଚାଷୀଙ୍କୁ ଶୋଷଣ କରୁଛନ୍ତି । ଆଗକୁ ନିର୍ବାଚନ ଥିବାରୁ ଦଳୀୟ ପାଣ୍ଠି ସଂଗ୍ରହ କରିବା ପାଇଁ ମିଲର ମାନଙ୍କୁ ବ୍ଯବହାର କରୁଛି ବିଜେଡ଼ି ସରକାର ।
ଅଧିକ ପଢନ୍ତୁ ଓଡିଶା ଖବର