ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ଭାଲୁଡୁଙ୍ଗୁରି ଗାଁର ନିଲାମ୍ବର ବିଶ୍ବାଲ। ନିଜ ପୈତୃକ ୧୫ ଏକର ଜମିରେ ଧାନଚାଷ କରିଥିଲେ। ଧାନବିକ୍ରି ପାଇଁ ସମିତିରେ ପଞ୍ଜିକରଣ ମଧ୍ୟ କରିଥିଲେ। କିନ୍ତୁ ତାଙ୍କର ଧାନ ବିକିବା ପାଇଁ କେବଳ ୭୮କ୍ବିଣ୍ଟାଲକୁ ଟୋକନ ମିଳିଛି। ଏମିତିକି ତାଙ୍କ ପୁତୁରା ନାମରେ ୫୪ କ୍ବିଣ୍ଟାଲର ଟୋକନ ମିଳିଛି। ଜଣେ ବଡ଼ ଚାଷୀ ଏଭଳି ସ୍ଥିତିରେ ପଡିଥିବା ବେଳେ ଅନ୍ୟ ଚାଷୀ ମଧ୍ୟ ସମାନ ଅବସ୍ଥା ଭୋଗୁଛନ୍ତି।
ଧାନ ଚାଷ କରିଥିବା ଆହୁରି ଜମି ସମିତି ପଞ୍ଜିକରଣ କରିନାହିଁ। ଏହା ତହସିଲଦାରଙ୍କଠାରେ ଅଭିଯୋଗ କରିଥିଲେ। ଧଣ୍ଡାମୁଣ୍ଡାର ରେଭିନୁ ଅଧିକାରୀ ଚାଷଜମି ଦେଖି ଯାଇଥିଲେ। କିନ୍ତୁ ରିପୋର୍ଟ ଦେଲେନାହିଁ। ଏପରିକି ଖପ୍ରାଖୋଲ ଅଭିଯୋଗ ଶୁଣାଣୀରେ ମଧ୍ୟ ଜିଲ୍ଲାପାଳଙ୍କଠାରେ ଅଭିଯୋଗ କରିଥିଲେ ନିଲାମ୍ବର ବିଶ୍ବାଲ। ମଣ୍ଡିରେ ଧାନପଡିଛି। ବିକ୍ରିକରି ପାରୁନଥିବାରୁ ରବିଚାଷ ପାଇଁ ତଳି ପକାଇ ପାରୁନାହାନ୍ତି। ଆଗାମୀ ୧୦ତାରିଖ ଭିତରେ ଧାନ ବିକ୍ରିନହେଲେ ତହସିଲ ଅଫିସରେ ସବୁ ଧାନ ପକାଇ ଦେବି ବୋଲି ନିଳାମ୍ବର କହିଛନ୍ତି। କେବେ ଖଜଣା ଦେବି ନାହିଁ। ଧାନ ଚାଷରେ ନ କରି ଗଞ୍ଜେଇ ଚାଷ କରିବାକୁ ଜିଲ୍ଲାପାଳଙ୍କୁ ଅନୁମତି ମାଗିବି ବୋଲି ସେ କହିଛନ୍ତି।
ଓଡ଼ିଶାର ଭାତହାଣ୍ଡି ବୋଲାଉଥିବା ଆମ ପଶ୍ଚିମ ଓଡ଼ିଶାରେ ଚାଷୀ ଧାନ ବିକି ପାରୁନି। ୟାଠୁ ବଳି ଲଜ୍ୟାର କଥା ଆଉ କିଛି ଥାଇ ନ ପାରେ।