ଅଭିଯୋଗ ଶିବିରକୁ ଆସୁଥିବା ସାଧାରଣ ଲୋକଙ୍କ ନିମନ୍ତେ କୌଣସି ପ୍ରକାର ବ୍ୟବସ୍ଥା ନଥିବାରୁ ସାଧାରଣ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଥିଲା l ଏପରିକି ଅନେକ ବିଭାଗର ଅଧିକାରୀ ମାନେ ଶିବିରକୁ ଆସୁନଥିବା ବେଳେ ନିର୍ଦ୍ଧାରିତ ସମୟ ପୂର୍ବରୁ ବିଡ଼ିଓ ଶିବିରରୁ ପଳାଇଯିବାରୁ ଅଭିଯୋଗକାରୀ ମାନେ ବିଡ଼ିଓଙ୍କ ଗାଡି ଅଟକ ରଖିଥିଲେ l ତହସିଲଦାର ଲୋକ ମାନଙ୍କୁ ବୁଝାସୁଝା କରି ସେମାନଙ୍କ ନିକଟରୁ ଅଭିଯୋଗ ଗ୍ରହଣ କରିବାରୁ ସେମାନେ ବିଡ଼ିଓଙ୍କ ଗାଡି ଛାଡିଥିଲେ l ଅପରପକ୍ଷରେ ସରପଞ୍ଚଙ୍କୁ ଅବ୍ୟବସ୍ଥା ସମ୍ପର୍କରେ ପଚାରିବାରୁ ସେ କ୍ୟାମେରା ସମ୍ମୁଖରେ କିଛି କହିବାକୁ ଅମଙ୍ଗ ହୋଇଥିଲେ l
ପ୍ରହଶନ ପାଲଟିଛି ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ଅଭିଯୋଗ ଆଣିଲେ ପଞ୍ଚାୟତ ବାସୀ

ଅର୍ଗସ ବ୍ୟୁରୋ : ରାଜ୍ୟ ସରକାରଙ୍କ ବିକାଶ ମୂଳକ ଯୋଜନାର ସୁବିଧା ପାଇବା ନିମନ୍ତେ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର ପ୍ରତି ପଞ୍ଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ ହେଉଛି ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ l ପଞ୍ଚାୟତର ଲୋକ ମାନେ ପଞ୍ଚାୟତରେ ନିଜ ନିଜର ସମସ୍ୟା ଅଭିଯୋଗ ନିମନ୍ତେ ହେଉଥିବା ଏହି କାର୍ଯ୍ୟକ୍ରମ ଆଜି ଆଳି ବ୍ଲକ ବାଳକାଟି ପଞ୍ଚାୟତରେ ଅନୁଷ୍ଠିତ ହେଉଥିବା ବେଳେ ଏହି କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ଭାବେ ପ୍ରହସନ ବୋଲି ଅଭିଯୋଗ ଆଣିଛନ୍ତ ବୁଦ୍ଧିଜୀବୀ l
Download Argus News App
