ଯେଉଁ ପାନ ଚାଷୀ ମାନେ 30 ରୁ 40 ଏକର ଚାଷ କରୁଥିଲେ ଆଜି ସେମାନେ 10ରୁ 15 ଏକର ପାନ ଚାଷ କରୁଛନ୍ତି। ବାଲିଆପାଳ ବ୍ଲକରେ ଚଉମୁଖ, ଡଗରା, ବେତଗଡିଆ, ଅଳାଡିହା , ନୂଆଁ ଗାଁ, ଜମ୍ଭିରାଇ , ବଡ଼ାଶ ଏମିତି ଅନେକ ପଞ୍ଚାୟତରେ ହଜାର ହଜାର ହେକ୍ଟର ଜମିରେ ପାନ ଚାଷ କରାଯାଏ। ହେଲେ ବର୍ତ୍ତମାନ ଉପଯୁକ୍ତ ପ୍ରୋତ୍ସାହନ ସମ୍ପୂର୍ଣ୍ଣ ଅଭାବ। ତେବେ ବନ୍ୟା ହେଉ କି ବାତ୍ୟା ଯୋଗୁଁ ପାନ ଚାଷରେ ବହୁତ କ୍ଷତି ମଧ୍ୟ ହେଇଥାଏ। ଅନ୍ୟପଟେ ବଜାରରେ ପାନର ଦାମ୍ କମ୍ ଯୋଗୁଁ ପାନ ଚାଷୀ ମାନେ ପାନ ଚାଷରୁ ମୁହଁ ଫେରାଇ ନେଉଛନ୍ତି।
ତେବେ ଏ ପ୍ରତି ଯଦି ରାଜ୍ୟ ସରକାର ବନ୍ୟା ବିପନ୍ନରେ କ୍ଷତି ସହିଥିବା ପାନ ଚାଷୀମାନଙ୍କୁ ସହଯୋଗର ହାତ ବଢ଼ାଇବା ସହିତ ବିଦେଶୀ ପାନକୁ ରୋକ୍ ଲଗାଇବେ ତାହାଲେ ଆଗାମୀ ଦିନରେ ପାନ ଚାଷୀ ମାନେ ପାନ ଚାଷ କରି ବେଶ ଉପଯୁକ୍ତ ମୂଲ୍ୟ ପାଇପାରିବେ।
ଅଧିକ ଓଡ଼ିଶା ଖବର ପଢ଼ନ୍ତୁ