ତେବେ ଏହା ହିଁ କାରଣ ଥିଲା କି ? ଯେଉଁଥି ପାଇଁ ବିଜେଡି, ବିଜେପି ସହ ଓଡ଼ିଶାରେ ମେଣ୍ଟ କରିବାକୁ ଚାହୁଁଥିଲା । ପାଣ୍ଡିଆନଙ୍କୁ ବିଜେଡିର ଦ୍ଵିତୀୟ ସର୍ବୋଚ୍ଚ ନେତା ଭାବେ ଉପସ୍ଥାପନ କଲେ କାଳେ ଓଡ଼ିଆ ଅସ୍ମିତାକୁ ପ୍ରସଙ୍ଗ କରିବେ ବିରୋଧୀ । ସେଥିରୁ ବର୍ତ୍ତିବା ପାଇଁ ବିଜେପି ସହ ମେଣ୍ଟ କରିବାକୁ ଚାହୁଁଥିଲା କି ବିଜେଡି । ଚର୍ଚ୍ଚା ହେଉଛି ପାଣ୍ଡିଆନ୍ ଏନେଇ ଖୁବ୍ ଆଗ୍ରହୀ ଥିଲେ । ଏବେ ମେଣ୍ଟ ଉଦ୍ୟମ ଫସର ଫାଟିବା ପରେ କାଳେ ପାଣ୍ଡିଆନଙ୍କୁ ନେଇ ପ୍ରସଙ୍ଗ ତିଆରି ହେବ, ସେଥିପାଇଁ ଏକ ରଣନୀତି ପୂର୍ବକ ବିଜେଡି ତାଙ୍କୁ ପୋଷ୍ଟରରୁ ହଟାଇ ଦିଆଯାଇଥଇବା କୁହାଯାଉଛି ।
ଆଉ ଆଶ୍ଚର୍ଯ୍ୟ ଜନକ ଭାବେ ଦୀର୍ଘ ଦିନ ଧରି ବିଜେଡି ପୋଷ୍ଟରୁ ଗାୟବ ଥିବା ବିଜୁ ପଟ୍ଟନାୟକଙ୍କୁ ପୁଣି ପୋଷ୍ଟରରେ ନବୀନଙ୍କ ସହ ଦେଖିବାକୁ ମିଳୁଛି । ହଠାତ୍ ବିଜେଡି ପୋଷ୍ଟରରୁ ପାଣ୍ଡିଆନଙ୍କ ଫଟୋ ହଟିବାକୁ ଘନେଇଛି ଚର୍ଚ୍ଚା । ତେବେ ଏହି ଷ୍ଟ୍ରାଟେଜି ବିଜେଡିକୁ ଆଗାମୀ ଦିନରେ କେତେ ଫାଇଦା ଦେଉଛି କି ନାହିଁ ତାହା ଉପରେ ସମସ୍ତଙ୍କ ନଜର ।
ଅଧିକ ପଢ଼ନ୍ତୁ ଓଡିଶା ଖବର: