କୁରୁଡ଼ାଠାରେ ରାସ୍ତାର ପ୍ରଶସ୍ତିକରଣ, ଓଟି ରୋଡ଼ ସ୍ଥିତ ସହରର ସୌନ୍ଦର୍ଯ୍ୟକରଣ, ବାଲେଶ୍ୱର ବସଷ୍ଟାଣ୍ଡର ସ୍ଥିତି ପରଖି ଥିଲେ ଏହି ତିନି ସଚିବ । ଜିଲ୍ଲାରେ କରୋନାର ସ୍ଥିତିକୁ ନେଇ ବାଲେଶ୍ୱର ଫକୀରମୋହନ ମେଡିକାଲ କଲେଜ ଓ ହସ୍ପିଟାଲକୁ ଯାଇ କୋରୋନା ସ୍ଥିତି ଉପରେ ସମୀକ୍ଷା କରିବା ସହ ବାଲେଶ୍ୱର ମେଡିକାଲ କଲେଜର ପୂର୍ଣ୍ଣ କାର୍ଯ୍ୟକ୍ଷମ ନେଇ ଆଲୋଚନା ହୋଇଥିଲା ।
ବାଲେଶ୍ୱରରେ ଉନ୍ନତି ମୂଳକ କାର୍ଯ୍ୟର ସମୀକ୍ଷା କଲେ ପାଣ୍ଡିଆନ
ବାଲେଶ୍ୱର: ବାଲେଶ୍ୱରରେ ରାଜ୍ୟ ସରକାରଙ୍କର ତିନି ସଚିବ । 5T ସଚିବ ଭିକେ ପାଣ୍ଡିଆନ, ପୂର୍ତ୍ତ ବିଭାଗ ସଚିବ କିଶନ କୁମାର ଓ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ହେଲିକପ୍ଟର ଯୋଗେ ବାଲେଶ୍ୱରକୁ ଦିନିକିଆ ଗସ୍ତରେ ଆସି ଜିଲ୍ଲାର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟର ସ୍ଥିତି ସମୀକ୍ଷା କରିଛନ୍ତି ।
Download Argus News App
