ପୂର୍ବରୁ ବର୍ଷକୁ ଗୋଟେ ସିଜର ରେକର୍ଡ ହେଉଥିଲା ଏବେ ତାହା ବଢି ୧୨ରୁ ୧୫ ପର୍ଯ୍ୟନ୍ତ ହେଲାଣି । ତେଣୁ ଏଥରୁ ଜଣାପଡୁଛି ବଜ୍ରକାପ୍ତା ଚାଲାଣ ବଢିଛି । ଅଗଷ୍ଟ ୨୦୧୮ରୁ ଜାନୁଆରୀ ୨୦୨୩ ପର୍ଯ୍ୟନ୍ତ ଜୀବିତ ବଜ୍ରକାପ୍ତା ୪୯ ଧରାଯାଇଛି । ୧୧୪ ଜଣ ଧରାଯାଇଛନ୍ତି । ୨ଟି କେସରେ ଏ ପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ ଧରାଯାଇନାହିଁ । କିନ୍ତୁ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ଚାଲାଣରେ ସାମିଲ ଥିବା ଲୋକମାନଙ୍କୁ ଏ ଯାଏ ଦଣ୍ଡ ବିଧାନ ହୋଇନାହିଁ ।
ଓଡିଶାରୁ ବେଧଡ଼କ ଭାବେ ଚାଲାଣ ହେଉଛି ବଜ୍ରକାପ୍ତା

ଅର୍ଗସ ବ୍ୟୁରୋ : ଓଡିଶାରୁ ବେଧଡ଼କ ଭାବେ ଚାଲାଣ ହେଉଛି ବଜ୍ରକାପ୍ତା । ବନ୍ୟ ବିଭାଗ ଓ ରାଜ୍ୟ ସରକାରଙ୍କ ଉପରେ ଉଠିଲା ପ୍ରଶ୍ନ । ୫ ବର୍ଷ ତଳେ ଜଙ୍ଗଲ ବିଭାଗ ପାଖେ ଖବର ନଥିଲା କେମିତି ବଜ୍ରକାପ୍ତା ଚାଲାଣ ହେଉଛି । ଓଡିଶା ବନ୍ୟପ୍ରାଣୀ ସମିତି ଏବଂ ବିଭିନ୍ନ ସଂଗଠନ ପକ୍ଷରୁ ଯେତେବେଳେ ଏ ବାବଦରେ ଖୋଜା ଲୋଡ଼ା କଲେ ସେତବେଳେ ଜଣାପଡିଲା ଓଡ଼ିଶାର ବଜ୍ରକାପ୍ତା ସୁରକ୍ଷିତ ନୁହଁନ୍ତି ।
Download Argus News App
