ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ କ୍ରାଇମବ୍ରାଞ୍ଚର ଚାର୍ଜସିଟକୁ ନେଇ ତେଜିଲା ରାଜନୀତି !
ପାରାଦୀପ ଟ୍ରଲର ବୁଡ଼ି ଘଟଣାରେ ଜଣେ ମୃତଦେହ ଉଦ୍ଧାର

ପାରାଦୀପ: ପାରାଦୀପ ମହାନଦୀ ମୁହାଣରେ ମାଛଧରା ଟ୍ରଲର ବୁଡି ଘଟଣାରେ ନିଖୋଜ ଜଣେ ମତ୍ସ୍ୟଜୀବୀଙ୍କ ମୃତଦେହ ଆଜି ସକାଳୁ ଉଦ୍ଧାର ହୋଇଛି । ଏବେ ବି ଆଉ ଜଣେ ନିଖୋଜଙ୍କ ପତ୍ତା ମିଳୁନି । ଗତକାଲି ୩ଜଣଙ୍କୁ ସ୍ଥାନୀୟ ମତ୍ସ୍ୟଜୀବୀ ଉଦ୍ଧାର କରାଯାଇଥିଲା । ମା’ ଜାଡୁଆ ନାମକ ମାଛଧରା ଟ୍ରଲରରେ ୫ଜଣ ମତ୍ସ୍ୟଜୀବୀ ୪ଦିନ ତଳେ ଗଭୀର ସମୁଦ୍ରକୁ ମାଛ ଧରିବାକୁ ଯାଇଥିଲେ ।
ମଙ୍ଗଳବାର ସେମାନେ ଫେରୁଥିବାବେଳେ ଅପରାହ୍ନରେ ହଠାତ ସମୁଦ୍ର ଅଶାନ୍ତ ହୋଇଯାଇଥିଲା । ଲହଡି ମାଡ଼ରେ ସମସ୍ତ ମତ୍ସ୍ୟଜୀବୀ ପାଣିକୁ ଛିଟିକି ପଡିଥିଲେ । ଖବର ପାଇ ସ୍ଥାନୀୟ ମତ୍ସଜୀବୀ ଏକ ଡଙ୍ଗା ମାଧ୍ୟମରେ ୩ ଜଣଙ୍କୁ ଉଦ୍ଧାର କରିଥିଲେ । ଉଦ୍ଧାର ୩ ବ୍ୟକ୍ତି ହେଲେ ଉମାକାନ୍ତ ଦାସ, ଗଙ୍ଗାଧର ଦାସ ଓ ତାଙ୍କ ପୁଅ ସନ୍ତୋଷ ଦାସ।
Download Argus News App
