ବଳମ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ୧୪୭ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି । ବର୍ତ୍ତମାନ ବିଦ୍ୟାଳୟରେ ୪ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀପାଠ ପଢ଼ାଉଛନ୍ତି ଯାହାଫଳରେ ଶିକ୍ଷାଦାନରେ ବାଧାପ୍ରାପ୍ତ ହେଉଛି l ଏନେଇ ଗ୍ରାମବାସୀ ପୂର୍ବରୁ ବ୍ଲକ୍ ଶିକ୍ଷା ଅଧିକାରିଙ୍କୁ ଲିଖିତାକାରରେ ଜଣାଇଥିଲେ ।
ଜିଲ୍ଲାପାଳ ଏବଂ ଉପଜିଲ୍ଲାପାଳଙ୍କୁ ମଧ୍ୟ ଲିଖିତାକାରରେ ଜଣାଇଥିଲେ । କୌଣସି ସୁଫଳ ନ ମିଳିବାରୁ ଆଜି ଗ୍ରାମବାସୀ, ଛାତ୍ରଛାତ୍ରୀ ବିଦ୍ୟାଳୟରେ ତାଲା ପକାଇ ଧାରଣାରେ ବସିଥିବା ଦେଖିବାକୁ ମିଳିଛି । ଘଟଣାସ୍ଥଳକୁ ନାକଟିଦେଉଳ ଶିକ୍ଷା ଅଧିକାରୀ ବିଜୟ ପାତ୍ର ପହଞ୍ଚି ଆନ୍ଦୋଳନ କାରୀମାନଙ୍କୁ ଖୁବ୍ ଶିଘ୍ର ଶିକ୍ଷକ ଦେବାକୁ ପ୍ରତିଶ୍ରୁତି ଦେବାରୁ ଆନ୍ଦୋଳନ ସ୍ଥଗିତ ହୋଇଥିଲା l