ଘର
ଓଡ଼ିଶା
ହାଇକୋର୍ଟରେ ବହୁଚର୍ଚ୍ଚିତ ନୟାଗଡ଼ ପରୀ ହତ୍ୟା ମାମଲା, ପୋକ୍ସୋ କୋର୍ଟଙ୍କୁ ରେକର୍ଡ ତଲବ କରିଛନ୍ତି ହାଇ...
ହାଇକୋର୍ଟରେ ବହୁଚର୍ଚ୍ଚିତ ନୟାଗଡ଼ ପରୀ ହତ୍ୟା ମାମଲା, ପୋକ୍ସୋ କୋର୍ଟଙ୍କୁ ରେକର୍ଡ ତଲବ କରିଛନ୍ତି ହାଇକୋର୍ଟ
by Banajyotshna Ray
ଅର୍ଗସ ବ୍ୟୁରୋ: ହାଇକୋର୍ଟରେ ବହୁଚର୍ଚ୍ଚିତ ନୟାଗଡ଼ ପରୀ ହତ୍ୟା ମାମଲା । ଅଭିଯୁକ୍ତ ନାବାଳକର ଆବେଦନକୁ ବିଚାର ପାଇଁ ଗ୍ରହଣ କଲେ ହାଇକୋର୍ଟ । ଦଣ୍ଡାଦେଶ ଶୁଣାଇଥିବା ପୋକ୍ସୋ କୋର୍ଟଙ୍କୁ ରେକର୍ଡ ତଲବ କରିଛନ୍ତି ହାଇକୋର୍ଟ। ପୋକ୍ସୋ କୋର୍ଟଙ୍କ ଦଣ୍ଡାଦେଶକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଅଭିଯୁକ୍ତ ନାବାଳକ । ଅଭିଯୁକ୍ତ ନାବାଳକ ପାଇଁ ମାମଲା ପରିଚାଳନା କରୁଛନ୍ତି ଆଇନଜୀବୀ ମାନସ ଚାନ୍ଦ । ନାବାଳିକା ପରୀ ଦୁଷ୍କର୍ମ ଓ ହତ୍ୟା ମାମଲାରେ ନାବାଳକ ଅଭିଯୁକ୍ତ ସରୋଜ ସେଠୀକୁ ୨୦ ବର୍ଷର ସଶ୍ରମ କାରାଦଣ୍ଡାଦେଶ ପାଇଁ ନିର୍ଦ୍ଦେଶ ଦେଇଥିଲେ ନୟାଗଡ଼ ପୋକ୍ସୋ କୋର୍ଟ ।
୧୪ ଜୁଲାଇ ୨୦୨୦ ମସିହାରେ ନୟାଗଡ଼ ଜିଲ୍ଲାରେ ୫ ବର୍ଷର ନାବାଳିକା ପରୀକୁ ଦୁଷ୍କର୍ମ ସହ ହତ୍ୟା ହୋଇଥିବା ଭଳି ଘଟଣା ଘଟିଥିଲା । ଘଟଣା ସାମନାକୁ ଆସିବା ପରେ ପ୍ରଥମେ ପୋଲିସ ଓ ପରେ କ୍ରାଇମବ୍ରାଞ୍ଚର ଏସଆଇଟି ଏହି ଘଟଣାର ତଦନ୍ତ କରୁଥିଲା। ଅରୁଣ ବୋଥ୍ରାଙ୍କ ନେତୃତ୍ବରେ କ୍ରାଇମବ୍ରାଞ୍ଚ ଏସଆଇଟି ଏହି ଘଟଣାର ତଦନ୍ତ କରି ନାବାଳକ ଅଭିଯୁକ୍ତକୁ ଗିରଫ କରିଥିଲା।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: