କିଛି ବାଟ ଯିବା ପରେ ହଠାତ୍ ଡଙ୍ଗାଟିର ମେସିନ ଖରାପ ହୋଇଯାଇଥିଲା। ଫଳରେ ମଝି ଚିଲିକାରେ ଡଙ୍ଗାଟି ଅଟକି ରହିଛି। ଯାତ୍ରୀମାନେ ହନ୍ତସନ୍ତ ହେଉଥିବାବେଳେ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ପାଇଁ ପ୍ରଶାସନିକ ଅଧିକାରୀ ମାନେ ପହଞ୍ଚି ନାହାନ୍ତି। ଫସି ରହିଥିବା ସମସ୍ତ ଯାତ୍ରୀ ଗଂଞ୍ଜମ ଜିଲ୍ଲାର ବୋଲି ଜଣା ପଡ଼ିଛି। ଯାତ୍ରୀ ମାନଙ୍କ ସୁରକ୍ଷା ଦୃଷ୍ଟିରୁ ଯେଉଁ ଲାଇଫି ଜ୍ୟାକେଟ ବ୍ୟବହାର କରିବା କଥା ତାହା କରାଯାଇ ନାହିଁ।ଡଙ୍ଗାଟି ବାଲୁଗାଁ ମା" କାଳିଜାଇ ମୋଟର ବୋଟ ଆସୋସିଏସନ ବୋଲି ଜଣା ପଡ଼ିଛି।
ଅଧିକ ପଢନ୍ତୁ ଓଡ଼ିଶା ଖବର