ଆହୁରି ପଢନ୍ତୁ ଓଡିଶା ଖବର...
ଅନୁଗୋଳ: ଅନୁଗୋଳ ଜିଲ୍ଲା ଜରପଡା ଛକରେ ଯାତ୍ରୀବାହୀ ବସ- ହାଇୱା ମୁହାଁମୁହିଁ ଧକ୍କା ହୋଇଛି । ଏହି ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ଜଣ ଆହତ ହୋଇଛନ୍ତି । ତେବେ ବସରେ ଥିବା ୩୦ରୁ ଅଧିକ ଯାତ୍ରୀ ଅଳ୍ପକେ ବର୍ତ୍ତିଯାଇଛନ୍ତି। ରାଇପୁରୁ-ଭୁବନେଶ୍ୱର ଅଭିମୁଖେ ଯାଉଥିବା ଯାତ୍ରୀବାହୀ ଡଳଫିନ୍ ବସ ଯାଉଥିବା ବେଳେ ଜରପଡା ଥାନା ନିକଟ ଛକରେ ରାତିରେ ୩ଟା ୩୦ରେ ଏକ ବାଲି ବୋଝେଇ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ବସ ଡ୍ରାଇଭରଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୪ଜଣ ଗୁରୁତର ଆହତଙ୍କୁ ଅନୁଗୋଳ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ଆହୁରି ପଢନ୍ତୁ ଓଡିଶା ଖବର...
ଅର୍ଗସ ବ୍ୟୁରୋ : ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ ବିଜେଡିରୁ ଇସ୍ତଫା ଦେଇଛନ୍ତି । କାକଟପୁରର ପୂର୍ବତନ ବିଧାୟକ ଶ୍ରୀ ସେଠୀ ମଙ୍ଗଳବାର ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖି ସେ ନିଜର ଇସ୍ତଫା ସମ୍ପର୍କରେ ଜଣାଇଛନ୍ତି । ଶ୍ରୀ ସେଠୀ ୨୦୧୪ରେ କାକଟପୁର ବିଧାୟକ ହୋଇଥିଲେ । ହେଲେ ୨୦୧୯ରେ କିନ୍ତୁ ତାଙ୍କ ବଦଳରେ ବିଜେପିରୁ ଆସିଥିବା ନେତା ତୁଷାରକାନ୍ତି ବେହେରାଙ୍କୁ ବିଜେଡି ଟିକେଟ୍ ଦେଇଥିଲା।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ : କଂଗ୍ରେସ ଘୋଷଣା ବିଧାନସଭା ପ୍ରାର୍ଥୀ ତାଲିକା । କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । କାକଟପୁରରୁ ପ୍ରାର୍ଥୀ ହେଲେ ବିଶ୍ବଭୂଷଣ ଦାସ । ବିଜେପିରୁ ଟିକେଟ ନମିଳିବାରୁ କଂଗ୍ରେସରେ ସାମିଲ ହୋଇଥିଲେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର