ସେହିଭଳି ଗତ ପାଞ୍ଚ ତାରିଖରୁ ଅନୁଗୋଳ ଶୈଳ ଶ୍ରୀକ୍ଷେତ୍ର ସମ୍ମୁଖରୁ ଜିଲ୍ଲାର ବିଭିନ୍ନ ବିଧାନସଭା ମଣ୍ଡଳୀକୁ 'ମୋ ମାଟି, ମୋ ଦେଶ'ର ରଥ ଗଡ଼ିବା ଆରମ୍ଭ କରିଥିବା ବେଳେ ଆଜି ଅନୁଗୋଳ ବିଧାନସଭା ମଣ୍ଡଳୀର ଧୋକୁଟାରୁ ପୋକତୁଙ୍ଗ ଗ୍ରାମକୁ ଗଡିଥିଲା ଏହି ରଥ । ଏହି କାର୍ଯ୍ୟକ୍ରମ ଆରମ୍ଭରେ ପୂର୍ବତନ ବୀର ଯବାନ ମାନଙ୍କୁ କରାଯାଇଥିଲା ସମ୍ମାନିତ ।ଆଜି ଢେଙ୍କାନାଳ ହିନ୍ଦୋଳ ନିର୍ବାଚନ ମଣ୍ଡଳୀରେ 'ମୋ ମାଟି, ମୋ ଦେଶ' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ବିଜେପିର ବରିଷ୍ଠ ନେତା ସୁନିଲ ଶର୍ମାଙ୍କ ନେତୃତ୍ବରେ ଏହି 'ମୋ ମାଟି, ମୋ ଦେଶ' କାର୍ଯ୍ୟକ୍ରମ କରାଯାଇଥିଲା । ପ୍ରଥମେ ବଳରାମପୁର ଗ୍ରାମରୁ ପୂଜାର୍ଚ୍ଚନା କରି ମାଟି ସଂଗ୍ରହ କରାଯାଇଥିଲା । ପରେ ଅମୃତ କଳସ ଧରି ଅନ୍ୟ ଗାଁ ଯଥା କାଶିଆଡିହ, ସାରିଆପଦା ଯାଇଥିଲା । ଏହି ପରିପ୍ରେକ୍ଷୀରେ ବଳରାମପୁର ଗ୍ରାମର ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ସ୍ବର୍ଗତ ଶ୍ରୀଧର ପାତ୍ରଙ୍କ ଘରକୁ ଯାଇ ତାଙ୍କ ପରିବାର ଲୋକଙ୍କୁ ଭେଟି ମାଟି ଆଣିବା ସହ ତାଙ୍କ ପୁତ୍ର ନିଗମାନନ୍ଦ ପାତ୍ରଙ୍କୁ ସମ୍ମାନିତ କରାଯାଇଥିଲା ।
କାର୍ଯ୍ୟକ୍ରମରେ ବିଜେପି ନେତାଙ୍କ ସମେତ ବହୁ କର୍ମୀ ଯୋଗ ଦେଇଥିବା ବେଳେ, ହରିନାମ ସହ, ଭାରତ ମାତାର ଜୟ ଗାନ କରି ଅମୃତ କାଳରେ ଅମୃତ ବାଟିକା ପାଇଁ ମାଟି ସଂଗ୍ରହ କରାଯାଉଥିବା କହିଛନ୍ତି ବିଜେପି ନେତା ।ସେହିଭଳି ଆଜି ହିନ୍ଦୋଳ ନିର୍ବାଚନ ମଣ୍ଡଳିରେ ବିଜେପି ନେତ୍ରୀ ଅଞ୍ଜଳି ବେହେରାଙ୍କ ନେତୃତ୍ବରେ 'ମୋ ମାଟି, ମୋ ଦେଶ' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଗ୍ରାମର ମା' ମହାମାୟୀଙ୍କ ପୀଠରୁ ପୂଜାର୍ଚ୍ଚନା କରି ମାଟି ସଂଗ୍ରହ କରାଯାଇଥିଲା । ପରେ ଅମୃତ କଳସର ରଥ ଗ୍ରାମ ପରିକ୍ରମା ଆରମ୍ଭ କରିଥିଲା ।ଉକ୍ତ ଅମୃତ କଳସ ରଥର ପରିକ୍ରମାରେ ବହୁ ବିଜେପି କର୍ମୀ ଓ କର୍ମକର୍ତ୍ତା ମାନେ ଉପସ୍ଥିତ ରହି ଜାତୀୟ ପତାକାକୁ ଧରି ଗାଁଗାଁ ବୁଲି ମାଟି ସଂଗ୍ରହ କରିଥିବା ଦେଖିବାକୁ ମିଳିଛି । ଏହି ଅମୃତ କଳସର ରଥକୁ ଚିତଲପୁର ପଞ୍ଚାୟତରେ ଥିବା ପ୍ରତ୍ୟେକ ଗ୍ରାମର ଲୋକମାନେ ଭବ୍ୟ ସ୍ଵାଗତ କରିଥିଲେ ।
ରଥକୁ ପାଛୋଟି ନେବାସହ ଅମୃତ କଳସକୁ ଦୀପ ଧୂପ ଦେଇ ପୂଜାର୍ଚ୍ଚନା କରିବା ସହ ହରିବୋଲ ହୁଳହୁଳି ଦେଇ କଳସରେ ମାଟି ଦାନ କରିଥିଲେ । ଏଭଳି ଏକ ସୁନ୍ଦର କାର୍ଯ୍ୟକ୍ରମ ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଞ୍ଚଳ ବାସୀ ସାଧୁବାଦ ଜଣାଇଥିବା ଦେଖିବାକୁ ମିଳିଛି ।ସେହିଭଳି କାମାଖ୍ୟା ନଗର ନିର୍ବାଚନ ମଣ୍ଡଳିରେ 'ମୋ ମାଟି, ମା ଦେଶ' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଅଛି । ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ସାରା ଭାରତ ଦେଶରେ ପ୍ରତ୍ୟେକ ଗ୍ରାମରୁ ମାଟି ସଂଗ୍ରହ ଅଭିଯାନରେ ହୋଇଥିଲା । ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଶତ୍ରୁଘ୍ନ ଜେନାଙ୍କ ନେତୃତ୍ବରେ ଭୁବନ ବ୍ଲକରୁ ୧୦୦ ରୁ ଉର୍ଦ୍ଧ ପରିବାରରୁ ମାଟି ସଂଗ୍ରହ କରିଛି ଭୁବନ ବିଜେପି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: