ଗାଁରେ ମୋବାଇଲ ଟାୱାର ଟିଏ ପାଇଁ ଗାଁ ଲୋକେ ନେତା ମନ୍ତ୍ରୀଠାରୁ ଆରମ୍ଭ କରି ପ୍ରଶାସନ ଅଧିକାରୀଙ୍କୁ ଗୁହାରି କରି କରି ଥକିଗଲେଣି। କିନ୍ତୁ କେହି କର୍ଣ୍ଣପାତ କରୁ ନାହାନ୍ତି। ନିର୍ବାଚନ ପୂର୍ବରୁ ନେତାଙ୍କ ପ୍ରତିଶ୍ରୁତି ପ୍ରତିଶ୍ରୁତିରେ ରହିଯାଇଛି। ଜରୁରୀକାଳୀନ ପରିସ୍ଥିତିରେ ବେଳେ ନେଟୱାର୍କ ନଥିବା ଯୋଗୁଁ ଠିକ ସମୟରେ ସୁବିଧା ସୁଯୋଗ ପହଞ୍ଚି ପାରୁନାହିଁ। ଗାଁରେ ମୋବାଇଲ ନେଟୱର୍କ ଟିଏ କରିବା ପାଇଁ ସରକାରଙ୍କୁ ଗ୍ରାମବାସୀ ନିବେଦନ କରିଛନ୍ତି। ଡିଜିଟାଲ ଯୁଗରେ ଉପାନ୍ତ ଅଞ୍ଚଳରେ ଟିକିଏ ନେଟୱର୍କ ପାଇଁ ଜୀବନକୁ ବାଜି ଲଗାଉଛନ୍ତି ଏମାନେ। ପୂର୍ବ ବିଜେଡି ସରକାରଙ୍କ ଅମଳରେ ତ କିଛି ହେଲାନି ଏବେ ମୋହନ ସରକାରଙ୍କ ଅମଳରେ ହାତପାଆନ୍ତାରେ ନେଟୱର୍କ ମିଳିବ ଏବଂ ସମସ୍ତ ସୁବିଧା ପାଇ ପାରିବେ ବୋଲି ଅପେକ୍ଷା କରିଛନ୍ତି ଚାନ୍ଦବେଡା ଗ୍ରାମବାସୀ।
ଅଧିକ ପଢ଼ନ୍ତୁ ଓଡିଶା ଖବର: