ଏମିତି କିଛି ଦେଖିବାକୁ ମିଳିଛି ନବରଙ୍ଗପୁର ଉମରକୋଟ ରାଇଘର ମୁଖ୍ୟ ରାସ୍ତା କଡ଼ରେ । ଡାଇବେଡା ଗାଁକୁ ଲାଗି ରାସ୍ତା କଡ଼ ଗଛ ଉପରେ ଭାଲୁ ବସି ରହିଛି । ରାସ୍ତାରେ ଯିବା ଆସିବା ଲୋକେ ଭୟ ବିତ୍ ଥିବା ଦେଖିବାକୁ ମିଳିଛି।
ଅଧିକ ପଢନ୍ତୁ ଓଡିଶା ଖବର
ନବରଙ୍ଗପୁର: ଗଛରେ ଜଗିଛି ଭାଲୁ । ଭାଲୁକୁ ଦେଖି ଆତଙ୍କିତ ରାସ୍ତାରେ ଯିବା ଆସିବା କରୁଥିବା ଲୋକେ ।
ଏମିତି କିଛି ଦେଖିବାକୁ ମିଳିଛି ନବରଙ୍ଗପୁର ଉମରକୋଟ ରାଇଘର ମୁଖ୍ୟ ରାସ୍ତା କଡ଼ରେ । ଡାଇବେଡା ଗାଁକୁ ଲାଗି ରାସ୍ତା କଡ଼ ଗଛ ଉପରେ ଭାଲୁ ବସି ରହିଛି । ରାସ୍ତାରେ ଯିବା ଆସିବା ଲୋକେ ଭୟ ବିତ୍ ଥିବା ଦେଖିବାକୁ ମିଳିଛି।
ଅଧିକ ପଢନ୍ତୁ ଓଡିଶା ଖବର
ଦେବଗଡ: ବିଜେଡିର ନାରୀଙ୍କୁ ଏ କି ସମ୍ମାନ । ପ୍ରଥମେ ଟିକେଟ୍ ଦେଲେ, ତା ପରେ ଟିକେଟ୍ କାଟିଲେ । ଟିକେଟ୍ କଟିବା ପରେ ସୋସିଆଲ ମିଡିଆରେ ଅରୁନ୍ଧତୀ ଦେବୀଙ୍କ କ୍ଷୋଭ । ପ୍ରାର୍ଥୀ ବଦଳିବା ପରେ ଅରୁନ୍ଧତୀ ଦେବୀଙ୍କ ପ୍ରଥମ ପୋଷ୍ଟ । ଏହି ସଂସାରରେ ନାରୀର କୌଣସି ସମ୍ମାନ ନାହିଁ ଲେଖାଥିବା ସାମାଜିକ ଗଣ ମାଧ୍ୟମରେ ଏକ ପୋଷ୍ଟ କରିଛନ୍ତି ଅରୁନ୍ଧତୀ ଦେବୀ ।
ଏଠି ପ୍ରଶ୍ନ ଉଠୁଛି, ଅରୁନ୍ଧତୀ ଦେବୀଙ୍କ ଏ ପୋଷ୍ଟ କାହାକୁ ଇଙ୍ଗିତ କରୁଛି । ଦେବଗଡ଼ ଆସନରୁ ବିଜେଡି ପ୍ରଥମେ ଅରୁନ୍ଧତୀ ଦେବୀଙ୍କୁ ପ୍ରାର୍ଥୀ କରିଥିବା ବେଳେ, କିଛି ଦିନ ପରେ ଦଳ ପ୍ରାର୍ଥୀ ବଦଳାଇ ରୋମାଞ୍ଚ ରଞ୍ଜନ ବିଶ୍ଵାଳଙ୍କୁ ପ୍ରାର୍ଥୀ କରିଛି । ପ୍ରାର୍ଥୀ ବଦଳିଥିବାରୁ ଏହା ଅରୁନ୍ଧତୀଙ୍କ କ୍ଷୋଭ ବୋଲି କୁହାଯାଉଛି ।
ଆହୁରି ପଢନ୍ତୁ ଓଡିଶା ଖବର...
ଅର୍ଗସ ବ୍ୟୁରୋ: ଶାହ, ନଡ୍ଡାଙ୍କ ପରେ ଏବେ ଓଡ଼ିଶା ଆସୁଛନ୍ତି ବିଜେପିର ସବୁଠୁ ବଡ଼ ଚେହେରା । ଆଜି ରାତି ସାଢ଼େ 9ଟାରେ ଭୁବନେଶ୍ବରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। ବିମାନବନ୍ଦରରେ ମୋଦିଙ୍କୁ ସ୍ବାଗତ କରିବେ ହଜର ହଜର ଲୋକ। ରାଜଭବନରେ ରାତ୍ରି ଯାପନ କରିବେ ପ୍ରଧାନମନ୍ତ୍ରୀ। 6 ତାରିଖ ସକାଳୁ ଭୁବନେଶ୍ବରରୁ ବ୍ରହ୍ମପୁର ଯିବେ। ସେଠାରେ ବିଶାଳ ସମାବେଶରେ ଯୋଗ ଦେବେ । ତାପରେ ନବରଙ୍ଗପୁରରେ ବି ବଡ଼ ଜନସଭାକୁ ସମ୍ବୋଧନ କରିବେ ମୋଦି। 6 ତାରିଖରେ ଯାଇ 10 ତାରିଖରେ ପୁଣି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ। ରାଜଧାନୀରେ କରିବେ ବିଶାଳ ରୋଡ଼ ସୋ। ଭୁବନେଶ୍ବରର ତିନିଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଏକାମ୍ର, ଉତ୍ତର ଓ ମଧ୍ୟ ଭୁବନେଶ୍ୱର କ୍ଷେତ୍ରରେ ହେବ ପ୍ରଧାନମନ୍ତ୍ରୀଙ୍କ ରାଲି।
11 ତାରିଖରେ ବଲାଙ୍ଗୀରରେ ନିର୍ବାଚନୀ ପ୍ରଚାର କରିବେ ପିଏମ ମୋଦି। ମୋଦିଙ୍କ ଗସ୍ତ ପାଇଁ ବିମାନବନ୍ଦରଠାରୁ ରାଜଭବନ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବ। CISF ଆଉ ପୋଲିସ ମୁତୟନ ହେବେ । ରାଜଭବନରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ମୋଦୀଙ୍କ ଗସ୍ତ ବେଳେ ନୋ ଡ୍ରୋନ ଫ୍ଲାଇଂ ଜୋନ କରାଯିବ । ଆଜି ସନ୍ଧ୍ୟାରେ କାରକେଡ୍ ରିହଲସଲ କରାଯିବ । ସୁରକ୍ଷା ପାଇଁ 3 ଜଣ ଡିସିପି,10 ACP , 17 IIC , 90 SI/ASIଙ୍କ ସହ 20 ପ୍ଲାଟୁନ ଫୋର୍ସ ମୁତୟନ କରାଯିବ। ଟ୍ରାଫିକ କଣ୍ଟ୍ରୋଲ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି।
ଅଧିକ ପଢ଼ନ୍ତୁ ରାଜନୀତି ଖବର
ଅର୍ଗସ ବ୍ୟୁରୋ: ଆସନ୍ତା ଦୁଇ ଦିନ ମଧ୍ୟରେ ପାଗ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ଆଗାମୀ 48 ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶାରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। 7 ଓ 8ରେ ଦକ୍ଷିଣ ଏବଂ ଉତ୍ତର ଓଡ଼ିଶାର ଆଭ୍ୟନ୍ତରୀଣ ଅଞ୍ଚଳରେ ବର୍ଷା ହେବ।
ପଶ୍ଚିମଓଡ଼ିଶାରେ ମଧ୍ୟ ବର୍ଷା ହେବାର ପୂର୍ବାନୁମାନ କଲା ପାଣିପାଗ କେନ୍ଦ୍ର। ବର୍ଷା ହେବା ସହ ଘଣ୍ଟାପ୍ରତି ପବନର ବେଗ 40ରୁ 50 କିମି ରହିବ। ତେବେ 24 ଘଣ୍ଟାରେ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବନି ବୋଲି କୁହାଯାଇଛି। ଆସନ୍ତା 7 ଓ 8 ତାରିଖ ବେଳକୁ ତାପମାତ୍ରା 3ରୁ 6 ଡିଗ୍ରୀ ହ୍ରାସ ପାଇବ।
ଆସନ୍ତା ସକାଳ 8ଟା 30 ସୁଦ୍ଧା ରାଜଧାନୀ ଭୁବନେଶ୍ବରରେ 33.2 ଡିଗ୍ରୀ ରେକର୍ଡ ହୋଇଛି। ଭୁବନେଶ୍ଵରର ଆର୍ଦ୍ରତା 76% ଯୋଗୁଁ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି।
ଅଧିକ ପଢ଼ନ୍ତୁ ପାଣିପାଗ ଖବର