ନବ ଦାସଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ
ଆନ୍ତରିକତାର ସହ ଲକଡାଉନ କଟକଣାକୁ ପାଳନ କରନ୍ତୁ ଜନସାଧାରଣ- ଗଜପତି ମହାରାଜାଙ୍କ ବାର୍ତ୍ତା
ପୁରୀ : ରାଜ୍ୟରେ କୋରୋନା ଭୂତାଣୁର ଭୟାବହତା କାରଣରୁ ଲକଡାଉନ ଅବଧି ଆସନ୍ତା ଅପ୍ରେଲ 30 ଯାଏଁ ବଳବତ୍ତର ରଖିବା ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ସମର୍ଥନ ଜଣାଇଛନ୍ତି ପୁରୀ ଗଜପତି ମହାରାଜା। ଏହା ସହ ଏହି ବିପଦପୂର୍ଣ୍ଣ ସମୟ ଅତିଶୀଘ୍ର ଟଳିଯିବ ବୋଲି ସେ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ କାମନା କାରିଛନ୍ତି।
କୋରୋନା ବିରୋଧରେ ଲଢୁଛି ସାରା ଦେଶ। କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ କୋରୋନା ମୁକାବିଲା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଉଛି। ଏପରିକି ରାଜ୍ୟରେ ତୀବ୍ର ଗତିରେ ବୃଦ୍ଧି ପାଉଥିବା କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଲକଡାଉନ କଟକଣାକୁ ଅପ୍ରେଲ 30 ଯାଏଁ ବୃଦ୍ଧି କରିଛନ୍ତି। ଏହାକୁ ପୁରୀର ଶ୍ରୀ ଗଜପତି ମହାରାଜା ସମର୍ଥନ ଜଣାଇଛନ୍ତି। ଲୋକମାନଙ୍କୁ ଆନ୍ତରିକତାର ସହ ଲକଡାଉନ କଟକଣା ପାଳନ କରିବାକୁ ସେ ନିବେଦନ କରିଛନ୍ତି। ଏତଦ୍ ବ୍ୟତୀତ ସେ ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ମହାପ୍ରଭୁ ଜଗନ୍ନାଥଙ୍କ କୃପାରୁ ଏହି ବିପଦ ଅତିଶୀଘ୍ର ଟଳିଯାଉ ବୋଲି କାମନା କରିଛନ୍ତି।
Download Argus News App
