ଅଧିକ ପଢନ୍ତୁ ଓଡ଼ିଶା ଖବର
20 ଜାନୁୟାରୀରେ ବ୍ରଜରାଜନଗରର ଗାନ୍ଧିଛକରେ ନବ ଦାସଙ୍କୁ ଗୁଳି କରିଥିଲା ଗୋପାଳ। ଏଇ ଘଟଣାକୁ ବିଧାନସଭା ହୁଲସ୍ତୁଲ ହୋଇଥିଲା । ବିରୋଧୀଦଳ ନେତା ଆଣିଥିଲେ ସାଂଘାତିକ ଅଭିଯୋଗ । ବିରୋଧୀଦଳ ନେତା ରାଜନୈତିକ ଓ ବ୍ୟାବସାୟୀକ ଶତ୍ରୁତାରୁ ହତ୍ୟା ନେଇ ଆସିଲା ଅଭିଯୋଗ । ହେଲେ ମାମଲାରେ ଲାଗିନାହିଁ ଅପରାଧିକ ଷଡଯନ୍ତ୍ର 120ବିର ଦଫା । ଗୃହରାଷ୍ଟ୍ରମନ୍ତ୍ରୀ କହିଲେ ଷଡଯନ୍ତ୍ର ଦିଗରେ ବି ତଦନ୍ତ ହେଉଛି । ହେଲେ ଚାର୍ଜସିଟରେ ନାହିଁ ଦଫା 120ବି । ଚାର୍ଜସିଟକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ବିଜେପି କହିଛି ଘଣ୍ଟ ଘୋଡାଇବାକୁ ପାଇଁ ତଦନ୍ତ ଦାୟିତ୍ବ କ୍ରାଇମବ୍ରାଞ୍ଚକୁ ଦିଆଯାଇଥିଲା ।
ପିପିଲି, ମାଧବୀଲତା, ପରୀ, ଗୋବିନ୍ଦ ଏମିତି ଅନେକ ମାମଲାରେ ବାଟବଣା ହୋଇଛି କ୍ରାଇମବ୍ରାଞ୍ଚ ତଦନ୍ତ । ବିଧାନସଭା ଉତ୍ତର କହୁଛି 10 ବର୍ଷରେ କ୍ରାଇମବ୍ରାଞ୍ଚ 189ରି ମାମଲାର ତଦନ୍ତ ବାର ନେଇଛି । ତା ଭିତରୁ ମାତ୍ର 38ଟି ମାମଲାରେ ଫାଇନାଲ୍ ରିପୋର୍ଟ ପ୍ରଦାନ କରିଛି ।