ଅଧିକ ପଢନ୍ତୁ : ପରୀକ୍ଷା ଦେବେ ୩ ଲକ୍ଷ ୮୬ ହଜାର ୨୫୦ ପରୀକ୍ଷାର୍ଥୀ
ରେଗୁଲାରରେ ୩ ଲକ୍ଷ ୬୦ ହଜାର ୧୯୮ ଜଣ ଏବଂ ଏକ୍ସ ରେଗୁଲାରରେ ୨୬ ହଜାର ୫୨ ଜଣ ରହିଛନ୍ତି । କଳାରେ ୨ ଲକ୍ଷ ୩୭ ହଜାର ୭୫୦, ବିଜ୍ଞାନରେ ୧ ଲକ୍ଷ ୧୬ ହଜାର ୬୨୦, ବାଣିଜ୍ୟରେ ୨୬ ହଜାର ୮୯ ଜଣ ପରୀକ୍ଷା ଦେବାକୁ ଥିବା ବେଳେ, ଧନ୍ଦାମୂଳକରେ ୫ ହଜାର ୭୯୧ ଜଣ ପରୀକ୍ଷା ଦେବେ । ସୋସିଆଲ ମିଡିଆର କୌଣସି ଗୁଜବ ତଥ୍ୟକୁ ବିଶ୍ବାସ ନ କରିବାକୁ ପରାମର୍ଶ ଦେଇଛନ୍ତି ବୋର୍ଡ କର୍ତ୍ତୃପକ୍ଷ । ମୋଟ ୧୯ଟି ସିଟିଂରେ ହେବ ପରୀକ୍ଷା ।