ଅଧିକ ପଢନ୍ତୁ ଓ଼ଡିଶା ଖବର
୩୩ ଜଣ ମଦ୍ୟପ ଗାଡି ଚାଳକଙ୍କ ନାଁରେ ମାମଲା ରୁଜୁ କରିଛି ପୋଲିସ । ଜବତ ଗାଡି ଡ୍ରାଇଭରଙ୍କ ଡ୍ରାଇଭିଂ ଲାଇସେନ୍ସ ସସ୍ପେଣ୍ଡ କରିବାକୁ RTO କୁ ଜଣାଇବ କମିସନରେଟ ପୋଲିସ ।
ଭୁବନେଶ୍ବର : ରାଜଧାନୀ ରାଜରାସ୍ତାରେ ମଦ୍ୟପାନ କରି ଗାଡି ଚଳାଉ ଥିଲେ ହୋଇଯାଆନ୍ତୁ ସାବଧାନ । ମଦ୍ୟପାନ କରି ଗାଡି ଚଲାଉ ଥିବା ୩୩ ଟି ଗାଡିକୁ ଜବତ କରିଛି ପୋଲିସ । ମଦ୍ୟପ ଗାଡି ଚାଳକଙ୍କ ଠାରୁ ମୋଟ ୧୦ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି ।
ଅଧିକ ପଢନ୍ତୁ ଓ଼ଡିଶା ଖବର
୩୩ ଜଣ ମଦ୍ୟପ ଗାଡି ଚାଳକଙ୍କ ନାଁରେ ମାମଲା ରୁଜୁ କରିଛି ପୋଲିସ । ଜବତ ଗାଡି ଡ୍ରାଇଭରଙ୍କ ଡ୍ରାଇଭିଂ ଲାଇସେନ୍ସ ସସ୍ପେଣ୍ଡ କରିବାକୁ RTO କୁ ଜଣାଇବ କମିସନରେଟ ପୋଲିସ ।
ଅର୍ଗସ ବ୍ୟୁରୋ: କାନ୍ଥ ଚିରି ବାହାରକୁ ଆସିଲାଣି ଲୁହାଛଡ । ଛାତରୁ ଖସୁଛି ଆଜବେଷ୍ଟ ଖଣ୍ଡ। କାନ୍ଥ ଚାରିଆଡେ ଫାଟି ଆଁ କରିଛି । ଆଉ ହାତ ମାରିଦେଲେ ଝଡିପଡୁଛି ପ୍ଲାଷ୍ଟର । କେତେବେଳେ ବି ଗଳି ପଡିବ ଛାତ କି କାନ୍ଥ । ଆଉ ଘଟାଇଦେବ ବଡ ଅଘଟଣ । ସମସ୍ୟା ଘେରରେ ପୁରୁଣାପାଣି ଅଙ୍ଗନବାଡି..ବିପଦ ସଙ୍କୁଳ ଅବସ୍ଥାରେ ପାଠ ପଢ଼ୁଛନ୍ତି ପିଲା। ଭଙ୍ଗା ଘରେ ଚାଲିଛି ଅଙ୍ଗନବାଡି ପାଠପଢା। ଏ ହେଉଛି ସୁନ୍ଦରଗଡ କୋଇଡା ବ୍ଲକ ରିକ୍ସି ପଞ୍ଚାୟତର ପୁରୁଣାପାଣିରେ ଥିବା ଅଙ୍ଗନବାଡି କେନ୍ଦ୍ର। ଅଙ୍ଗନବାଡି କେନ୍ଦ୍ର ତ ନୁହେଁ ଭୂତ ଘର କହିଲେ ଚଳେ। ମାତ୍ର ଶ୍ରେଣୀଗୃହ ଅଭାବରୁ ଏଠାରେ ବାଧ୍ୟ ହୋଇ ଚାଲିଛି ଅଙ୍ଗନବାଡି ପାଠପଢା।
25 ରୁ ଅଧିକ ପିଲା ନାମ ଲେଖାଇଥିବା ଏହି ଅଙ୍ଗନବାଡି କେନ୍ଦ୍ରର ଅସୁବିଧା ଦିର୍ଘ ବର୍ଷ ହେବ ଲାଗି ରହିଥିବା ବେଳେ ପ୍ରଶାସନ ଅଙ୍ଗନବାଡି କେନ୍ଦ୍ରର ସୁ ବ୍ୟବସ୍ଥା ନିମନ୍ତେ କିଛି ପଦକ୍ଷେପ ନେଉ ନାହାନ୍ତି । ଖାଲି ସ୍ଥାୟି ସମାଧାନର ପ୍ରତିଶୃତି ଦେଇ ଦିନ ଗଡାଇ ଚାଲିଛନ୍ତି । ଶିଶୁମାନଙ୍କ ବିକାଶ ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କରୁଛନ୍ତି କିନ୍ତୁ ପୁରୁଣାପାଣି ଗାଁର ଅଙ୍ଗନବାଡ଼ି କେନ୍ଦ୍ରର ଚିତ୍ର ଦେଖିଲେ କେତେ କଣ ବିକାଶ ହୋଇଛି ତାହା ଜଳ ଜଳ ହୋଇ ଜଣାପଡୁଛି । ତେବେ ଦେଖିବାକୁ ବାକି ରହିଲା କେବେ ପୁରୁଣାପାଣିରେ ନୂଆ ଅଙ୍ଗନବାଡ଼ି କେନ୍ଦ୍ର ତିଆରି ହେବ ଆଉ ପିଲା ନିର୍ଭୟରେ ଛାତ ତଳେ ପାଠ ପଢିବେ ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ସାଧାରଣତଃ ଦେଖିବାକୁ ମିଳେ, ଯେତେବେଳେ ସ୍ଵାମୀ ସ୍ତ୍ରୀ ହନିମୁନରେ ଯାଆନ୍ତି, ସେମାନେ ପରସ୍ପର ସହିତ ରହିବାକୁ ପସନ୍ଦ କରନ୍ତି । ଚେଷ୍ଟା କରନ୍ତି ତାଙ୍କୁ କେହି ଯେପରି ସେମାନଙ୍କୁ ଅଲଗା କରିବେ ନାହିଁ କିମ୍ବା ସେମାନେ ଅଲଗା ରହିବେ ନାହିଁ । କିନ୍ତୁ ସୋସିଆଲ ମିଡିଆ ଜଣେ ମହିଳା ନିଜର ନିଆରା ଅନୁଭୂତି ବାଣ୍ଟିଛନ୍ତି । ଯେଉଁଥିରେ ସେ କହିଛନ୍ତି, ହନିମୁନ ଯିବା ସମୟରେ ତାଙ୍କୁ ଓ ତାଙ୍କ ସ୍ଵାମୀଙ୍କୁ କିପରି ହଟହଟା ହେବାକୁ ପଡିଥିଲା ।
ମହିଳା ଜଣକ କହିଥିଲେ ଯେ, ତାଙ୍କ ସ୍ୱାମୀଙ୍କର କିପରି ବିମାନରେ ଟିକେଟ୍ ଅପଗ୍ରେଡ୍ ହୋଇଥିଲା ଯେଉଁଥିପାଇଁ ସେ ନିଜେ ବିଜନେସ କ୍ଲାସରେ କିନ୍ତୁ ତାଙ୍କ ପତ୍ନୀଙ୍କୁ ଏକାକୀ ଇକୋନୋମିକ୍ କ୍ଲାସରେ ଯାତ୍ରା କରିବାକୁ ପଡିଥିଲା । ଯେଉଁଥିରେ ସେ କାନ୍ଦିବାକୁ ଲାଗିଥିଲେ, ଯେତେବେଳେ ତାଙ୍କ ସ୍ୱାମୀ ବିଜନେସ କ୍ଲାସରେ ଏକ ବଡ଼ ଆସନ ପାଇବା ପରେ ତାଙ୍କୁ ଇକୋନୋମିକ୍ କ୍ଲାସରେ ଏକୁଟିଆ ଛାଡିବାକୁ ନିଷ୍ପତ୍ତି ନେଇଥିଲେ।
ଅଧିକ ପଢନ୍ତୁ ଜୀବନ ଶୈଳୀ ଖବର
33 ବର୍ଷୀୟା ମହିଳା ମେକ୍ସିକୋରେ ତାଙ୍କ ସ୍ୱପ୍ନର ହନିମୁନ୍କୁ ଉତ୍ସାହିତ ଭାବରେ ଅପେକ୍ଷା କରିଥିଲେ କିନ୍ତୁ ସେପରି କିଛି ହୋଇପାରିନଥିଲା । ବୁକିଂ ସମୟରେ ଭୁଲ ପାଇଁ ବିମାନ ଉଡ଼ାଣ ସମୟରେ ଦୁହେଁ ଅଲଗା ଅଲଗା ହୋଇବସିଥିଲେ । ବୋର୍ଡିଂ ସମୟରେ ମହିଳାଙ୍କୁ କୁହାଯାଇଥିଲା ଯେ ତାଙ୍କ ସ୍ୱାମୀଙ୍କୁ ବିଜନେସ କ୍ଲାସକୁ ଉନ୍ନତ କରାଯାଇଛି, କିନ୍ତୁ ତାଙ୍କ ପତ୍ନୀ ନୁହଁନ୍ତି। ତାଙ୍କ ସ୍ଵାମୀ ଜଣଙ୍କ ଏଥରେ ରାଜି ହୋଇଥିଲେ । ଯାହା ପାଇଁ ମହିଳାଙ୍କୁ ତାଙ୍କ ସ୍ଵାମୀଙ୍କ ନିଷ୍ପତ୍ତି ଭଲ ଲାଗିନଥିଲା । ତାଙ୍କୁ ଇକୋନୋମିକ୍ କ୍ଲାସରେ ଛାଡି ତାଙ୍କ ସ୍ଵାମୀ ଜଣଙ୍କ ବିଜନେସ କ୍ଲାସରେ ଯାତ୍ରା କରିବାକୁ ରାଜି ହୋଇଥିଲେ । ପାକରେ ଥିବା ଅନେକ ଯାତ୍ରୀ ନବ ବିବାହିତଙ୍କୁ ସହାନୁଭୂତି ଦେଖାଇ କହିଥିଲେ ଯେ ତାଙ୍କ ସ୍ୱାମୀ କିଛି ଗମ୍ଭୀର ଅନୁସନ୍ଧାନ କରିବା ଉଚିତ୍। କିନ୍ତୁ ସେ ନିଜ ନିଷ୍ପତ୍ତି ପରିବର୍ତ୍ତନ କରିନଥିଲେ ଯେଉଁଥିରେ, ତାଙ୍କୁ ସ୍ୱାମୀଙ୍କ ପ୍ରତି ଅନ୍ୟ ଯାତ୍ରୀ ମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ।
ଭୁବନେଶ୍ୱର: ଶ୍ରୀମନ୍ଦିର ପ୍ରସଙ୍ଗରେ ବିଜେପି ସଂପଳ୍ପ ପତ୍ରରେ ବଡ଼ ଘୋଷଣା । ବିଜେପି ସରକାରକୁ ଆସିଲେ ରତ୍ନ ଭଣ୍ଡାର ଖୋଲାଯିବ । ହଜିଥିବା ଚାବିର ତଦନ୍ତ ହେବ । ଖାଲି ଏତିକି ନୁହେଁ ରତ୍ନ ଗଣତି, ମଣତି କରାଯାଇ ତଥ୍ୟ ସାର୍ବଜନୀନ ହେବ । କ୍ଷତିଗ୍ରସ୍ତ ହୋଇଥିବା ମଠ ଗୁଡ଼ିକର ପୁନରୁଦ୍ଧାର କରାଯିବ । ଭକ୍ତମାନଙ୍କ ପାଇଁ ଶ୍ରୀମନ୍ଦିର ଚାରି ଦ୍ବାର ଖୋଲି ଦିଆଯିବ । ଶ୍ରୀମନ୍ଦିର ପ୍ରଶାସନରେ ଚାଲିଥିବା ଅବ୍ୟବସ୍ଥା ଦୂର କରାଯିବ । ଶ୍ରୀମନ୍ଦିର ପ୍ରଶାସନକୁ ସଂପୂର୍ଣ୍ଣ ସ୍ବଚ୍ଛତାର ସହ ପରିଚାଳନା କରାଯିବ ।
ସେପଟେ ସଂକଳ୍ପ ପତ୍ର ଉନ୍ମୋଚନ ଅବସରରେ ବିଜେଡିକୁ ଟାର୍ଗେଟ୍ କରିଛନ୍ତି ନଡ୍ଡା । ଆମେ ବିକାଶ ରାଜନୀତି କରୁଛୁ । ଆୟୁଷ୍ମାନ ଯୋଜନାରୁ ଓଡିଶାକୁ ବଞ୍ଚିତ କରିଛନ୍ତି ବିଜେଡ଼ି ସରକାର । ଓଡିଶାକୁ 3 ଲକ୍ଷ 52 ହଜାର କୋଟି ମିଳିଛି । ବିଜେପି ଓଡ଼ିଶାରେ ବିରୋଧୀ ଦଳ ନୁହେଁ ସରକାର ଗଢିବା ପାଇଁ ଲଢୁଛି । ବିଜେଡି ସରକାର ମିଛ ପ୍ରତିଶ୍ରୁତି ପୂରଣ ହେଲାନି ।
ଓଡିଶା ଜଗନ୍ନାଥଙ୍କ ଭରସାରେ ଚାଲିଛି । ବିଜେପି ଯେବେ ସରକାରକୁ ଆସିବ, ଇସ୍ତାହାର କ୍ୟାବିନେଟ କମିଟି ଗଠନ କରି ସବୁ ପ୍ରତିଶ୍ରୁତି ପୁରଣ କରିବ । ଦୁର୍ନୀତି ସମାପ୍ତ ହେବ । ଦୁର୍ନୀତି ପାଇଁ ଜିରୋ ଟଲରେଟ ନୀତି କରିବ ବିଜେପି । ସରକାରକୁ ଆସିଲେ ଚିଟପଣ୍ଡ୍ ଟଙ୍କା ଫେରସ୍ତ କରାଯିବ ।
ଆହୁରି ପଢନ୍ତୁ ରାଜନୀତି ଖବର...