ମାଲକାନଗିରି: 2014 ସାଧାରଣ ନିର୍ବାଚନରେ ବିଜେଡି ଟିକଟରୁ ବିଜୟ ହୋଇଥିବା ପୂର୍ବତନ ବିଧାୟକ ଡମ୍ବୁରୁ ସୀସା ଏବେ ଚର୍ଚ୍ଚାରେ । ତାଙ୍କ ଆଚରଣ ଓ ଚାଲିଚଳଣକୁ ଦେଖି ସମସ୍ତେ ଏବେ ଆଶ୍ଚର୍ଯ୍ୟ । ଚଳିତ ନିର୍ବାଚନରେ ସେ କୌଣସି କାରଣରୁ ବିଜେଡି ଟିକଟରୁ ବଞ୍ଚିତ ହୋଇଥିଲେ । ତେବେ ବିଧାୟକ ପଦ ସରିବା ପରେ ଏବେ ନିଜ କୂଳ ବେଉସାରେ ବ୍ୟସ୍ତ ଅଛନ୍ତି । ବିଲରେ କାଦୁଅରେ ପଶି ନିଜେ ଫସଲ ବୁଣୁଥିବା ଅବସ୍ଥାରେ ତାଙ୍କୁ ଦେଖିବାକୁ ମିଳିଛି । ଜଣେ ବିଧାୟକଙ୍କୁ ଏଭଳି ଢଙ୍ଗରେ ଦେଖି ସାଧାରଣ ଲୋକ ସହଜରେ ହଜମ କରିପାରି ନାହାନ୍ତି ।

ମାଲକାନଗିରିର ଖଇରପୁଟ ଜିଲ୍ଲାରେ ନିଜ ହାତରେ ଧାନ ବିହନ ଭରା ବାଲ୍ଟି ଧରି ଚାଷ ଜମିକୁ ଓଲ୍ଲାଇଥିଲେ ପୂର୍ବତନ ବିଧାୟକ ଡମ୍ବୁରୁ ସୀସା । ଜଣେ ସାଧାରଣ ଚାଷୀ ଭଳି ବିଲରେ ଧାନ ବିହନ ବୁଣୁଥିବା ଦେଖାଯାଇଛି । ୨୦୧୪ ସାଧାରଣ ନିର୍ବାଚନରେ ଓଡ଼ିଶାର ଶେଷ ନିର୍ବାଚନ ମଣ୍ଡଳି ଚିତ୍ରକୋଣ୍ଡା ବିଧାନସଭା କ୍ଷେତ୍ରରୁ ପ୍ରଥମ ଥର ଭାବେ ଆଦିମ ଜନଜାତି ବଣ୍ଡା ସମ୍ପ୍ରଦାୟର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ଡମ୍ବୁରୁ । ୨୦୧୪ ଠାରୁ ୨୦୧୯ ପର୍ଯ୍ୟନ୍ତ ନିରବ ଛିହ୍ନ ଭାବେ ଜନସେବା କରି ବେଶ୍ ଜନସାଧାରଣଙ୍କ ମନ ଜିଣି ପାରିଥିଲେ । ହେଲେ ଚଳିତ ବର୍ଷ କୌଣସି କାରଣରୁ ବିଜେଡି ଟିକେଟରୁ ସେ ଲଢିନଥିଲେ । ତାଙ୍କ ସ୍ଥାନରେ ନୂଆ ମୁହଁ ଭାବେ ପୂର୍ଣ୍ଣ ଚନ୍ଦ୍ର ବାକାଙ୍କୁ ଦଳୀୟ ଟିକେଟ ଦିଆଯାଇଥିଲା ।
