ଜାଣି ନ ଥିଲା, ଯାହା ଘରୁ ଚୋରି କରୁଛି ସିଏ ପୁଲିସ୍ ବାବୁ ବୋଲି। ଧରାପଡିଲା ପରେ ବି ଏ କଥା ତାକୁ ମାଲୁମ୍ ନ ଥିଲା। ଥିଲା ତ କେବଳ ଆଖିରେ ଆଖିଏ ଲୁହ। ଦୁଃଖ, ଗରିବି ଆଉ ଭୋକର ଯନ୍ତ୍ରଣା ତାକୁ ଚୋର ସଜେଇ ସାରିଥିଲା।
ଘଟଣାଟି ହେଉଛି ରାଜଧାନୀ ଭୁବନେଶ୍ବର ପ୍ରଶାନ୍ତି ବିହାର ଅଞ୍ଚଳର। ଯେଉଁଠି ରୁହନ୍ତି ଅବସରପ୍ରାପ୍ତ ପୁଲିସ ଅଧିକାରୀ ନରୋତ୍ତମ ଧଳ। ଦି ଦିନ ତଳେ ତାଙ୍କ ଘରେ ଚୋର ପଶିଥିଲା। ହେଲେ ଆଉ କିଛି ସାଉଁଟିବା ଆଗରୁ ସେ ରୋଷେଇ ଘରୁ ସାମଗ୍ରୀ ଲୁଟିଲା। କୌଶଳ କ୍ରମେ ନରୋତ୍ତମ ବାବୁ ତାକୁ ଧରିଲେ। ହେଲେ ତା ପରେ ଯାହା ହେଲା ତାହା ହେଉଛି ଅସଲ ଘଟଣା।
ଚୋର ଘରକୁ ଗଲେ ନରୋତ୍ତମ ବାବୁ। ଘରେ ଦେଖିଲେ ମୁଠାଏ ଖାଇବାକୁ ତରସୁଥିବା କେତୋଟି ମଣିଷଙ୍କୁ। ଯାହାଙ୍କ ପାଇଁ ତାଙ୍କ ହାତରେ ଧରାପଡିଥିବା ଯୁବକଟି ଚୋର ପାଲଟି ଯାଇଛି। ନରୋତ୍ତମ ସତ ଜାଣିବା ପରେ ନିଜ ସାଧ୍ୟ ମତେ ୧୦୦୦ଟଙ୍କା ଦେଇ ଲେଉଟିଥିଲେ।
ଖବରଟି ସେଇମାନଙ୍କ ପାଇଁ ଯେଉଁମାନେ ସରକାରୀ ଯୋଜନା କଥା ଛାଡି ବାଡେଇ କୁହନ୍ତି। ବାସ୍ତବରେ ସରକାରୀ ଯୋଜନାର ମାନେ କ’ଣ ତାହା ଏହି ଘଟଣାରୁ ଆପଣ ଅନୁମାନ କରିପାରୁ ଥିବେ।