ବଲାଙ୍ଗୀର ଜିଲ୍ଲାରେ ମଧ୍ୟ ଗ୍ରାମସଭାକୁ ବର୍ଜନ କରିଛନ୍ତି ପଞ୍ଚାୟତ ପ୍ରତିନିଧି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତାତା ଅଭିଯୋଗ ଆଣି ୩୧୭ ସରପଞ୍ଚ ଓ ସମିତି ସଭ୍ୟ ଗ୍ରାମସଭା ବର୍ଜନ କରିଛନ୍ତି । ଆବାସ ତାଲିକା ତ୍ରୁଟିକୁ ନେଇ ଅନୁଗୁଳ ଜିଲ୍ଲାରେ ମଧ୍ୟ ଉତ୍ତେଜନା ଦେଖିବାକୁ ମିଳିଛି । ସାନ୍ତରାପୁର ପଞ୍ଚାୟତ ପଞ୍ଚାୟତରେ ଗ୍ରାମସଭାକୁ ପ୍ରବଳ ବିରୋଧ । ସରପଞ୍ଚ ଓ ପଞ୍ଚାୟତ ଅଧିକାରୀଙ୍କୁ ତାଲା ପକାଇଛନ୍ତି ବଅଁରପାଳ ବ୍ଲକ ସାନ୍ତରାପୁର ଗ୍ରାମର ଶତାଧିକ ମହିଳା ।
ସେପଟେ ବିଜେଡି ଓ ବିଜେପି ଭିତରେ ତୁତୁମେଁମେଁ ବି ବଢିବାରେ ଲାଗିଛି । ରାଜ୍ୟ ସରକାର ୨୦୧୭ ସେପ୍ଟେମ୍ବର ପରଠୁ କାହିଁକି ଗ୍ରାମସଭା ବନ୍ଦ କରିଥିଲେ ବୋଲି ପ୍ରଶ୍ନ କରିଛି ବିଜେପି । କେନ୍ଦ୍ର ଘର ନଦେଲେ ଆମେ ଦେବୁ କହି ଶାସକ ଦଳ ଭୋଟ୍ ବ୍ୟାଙ୍କ ପଲିଟିକ୍ସ କରୁଛି ବୋଲି ବିଜେପି ଅଭିଯୋଗ କରିଛି । ଅନ୍ୟପଟେ ଗ୍ରାମସଭା ରାଜ୍ୟ ସରକାରଙ୍କ ପ୍ରାୟୋଜିତ କାର୍ଯ୍ୟକ୍ରମ ବୋଲି କହିଛି କଂଗ୍ରେସ । ବିରୋଧୀଙ୍କ ଅଭିଯୋଗ ଉପରେ ଜବାବ ରଖିଛି ବିଜେଡି ।
ଓଡିଶା ଖବର ଆହୁରି ପଢନ୍ତୁ