ପ୍ରକାଶଙ୍କ ବାପା କହିଛନ୍ତି ପିଲା ବେଳୁ ତାର ପାଠପଢା ପ୍ରତି ଆଗ୍ରହ ଥିଲା। ଆଜି ମୋତେ ଖାଲି ଗର୍ବିତ କରିନି ଜିଲ୍ଲା, ରାଜ୍ୟକୁ ମଧ୍ୟ ଗର୍ବିତ କରିଛି । ପ୍ରକାଶଙ୍କ ପାଇଁ ଆଇଆଇଟି ପ୍ରବେଶିକା ପରୀକ୍ଷାରେ ଉର୍ତ୍ତିର୍ଣ୍ଣ ହେବା ଏକ ସ୍ୱପ୍ନ ଥିଲା। କାରଣ ଯେତେବେଳେ ରେଜଲ୍ଟ ବାହାରିଲା ପ୍ରକାଶଙ୍କ ଶାହସ ନଥିଲା ରେଜଳ୍ୱ ଦେଖିବା ପାଇଁ। ଏହି ସଫଳତା ପାଇବା ପରେ ପ୍ରକାଶକୁ ନିଜର ଶିକ୍ଷକ ଶିକ୍ଷୟିତ୍ରୀ ସାଙ୍ଗ ସାଥି ଓ ଗ୍ରାମବାସୀ ମାନେ ଶୁଭେଚ୍ଛା ଜଣାଇଛନ୍ତି । ଘରେ ବାପା ରୋଗଗ୍ରସ୍ତ ଥିବାବେଳେ ମା ମଧ୍ୟ ମାନସିକ ଅନଗ୍ରସର ଥିବାରୁ ପ୍ରକାଶ ବାପାଙ୍କୁ ଚାଷ କାମରେ ସାହାଯ୍ୟ କରିଥାନ୍ତି। ମାଙ୍କୁ ମଧ୍ୟ ରୋଷେଇ କାର୍ଯ୍ୟରେ ସହଯୋଗ କରନ୍ତି । ଆଗକୁ ପାଠ ପଢିବା ପାଇଁ ବହୁ ପଇସା ଆବଶ୍ୟକ ଥିବାରୁ ସରକାରୀ ସହାୟତା ପାଇଁ ନିବେଦନ କରିଛନ୍ତି ପ୍ରକାଶ। ତେବେ ଦେଖିବାର ବାକି ରହିଲା ସରକାରଙ୍କ ଶୁଭ ଦୃଷ୍ଟି ପ୍ରକାଶଙ୍କ ଉପରେ କେବେ ପଡୁଛି।
ଅଧିକ ଦେଖନ୍ତୁ: