୪ ତାରିଖ ଶନିବାର ଦିନ ମୁନିଗୁଡାରୁ ବାହାରି ସନ୍ଧ୍ୟା ୮ ଘଣ୍ଟା ସମୟରେ ଜୟପୁର ରେଳ ଷ୍ଟେସନ ରେ ପହଞ୍ଚିବେ ଓ ବିଶ୍ରାମ ନେବା ପରେ ତା ପର ଦିନ ଅର୍ଥାତ ୫ ତାରିଖ ରବିବାର ଦିନ ଜୟପୁର ସହର ର ପାରାବେଡା ଦଶହରା ପଡିଆ ରେ ଭକ୍ତଙ୍କ ଗହଳରେ ସାଧାରଣ ସଭା ର ଆୟୋଜନ କରାଯାଇଛି।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।
ଅର୍ଗସ ବ୍ୟୁରୋ: ଚଳିତ ମାସ ଆସନ୍ତାକାଲି ଠାରୁ ଅଭିଭୁକ୍ତ କୋରାପୁଟ ଜିଲ୍ଲା ଗ୍ରସ୍ତରେ ଆସୁଛନ୍ତି ଜଗତ ଗୁରୁ ଶ୍ରୀ ଶଙ୍କରାଚାର୍ଯ୍ୟ। ଆସନ୍ତାକାଲି ସେ ପ୍ରଥମେ ସକାଳ 6.45 ମିନିଟ୍ ରେ ମୁନିଗୁଡା ପହଞ୍ଚିବେ ଏବଂ ଦିନ ଘ.୧୧.୩୦ମିନିଟ ସମୟରେ ମୁନିଗୁଡା ସ୍ଥିତ ଲକ୍ଷ୍ମୀପୂଜା ପଡିଆଠାରେ ହିନ୍ଦୁ ରାଷ୍ଟ୍ର ଧର୍ମ ସଭାରେ ଆଶୀର୍ବଚନ ଦେବେ।
୪ ତାରିଖ ଶନିବାର ଦିନ ମୁନିଗୁଡାରୁ ବାହାରି ସନ୍ଧ୍ୟା ୮ ଘଣ୍ଟା ସମୟରେ ଜୟପୁର ରେଳ ଷ୍ଟେସନ ରେ ପହଞ୍ଚିବେ ଓ ବିଶ୍ରାମ ନେବା ପରେ ତା ପର ଦିନ ଅର୍ଥାତ ୫ ତାରିଖ ରବିବାର ଦିନ ଜୟପୁର ସହର ର ପାରାବେଡା ଦଶହରା ପଡିଆ ରେ ଭକ୍ତଙ୍କ ଗହଳରେ ସାଧାରଣ ସଭା ର ଆୟୋଜନ କରାଯାଇଛି।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।
ଅର୍ଗସ ବ୍ୟୁରୋ : ବର୍ଷାରେ ଲାଗିବ ବ୍ରେକ । ଆସନ୍ତା ୨୩ ତାରିଖ ପରଠାରୁ ବର୍ଷା ପରିମାଣ କମିବ । ଗତ ୨୪ ଘଣ୍ଟା ମଧ୍ୟରେ ନୂଆପଡ଼ା ଜିଲ୍ଲାର ସିନାପଲ୍ଲୀରେ ସର୍ବାଧିକ ୧୨୪ ମିଲିମିଟର ବର୍ଷା ସହ ରାଜ୍ୟର ୨୦ଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ ହୋଇଛି । ରାଜ୍ୟରେ ୨୪ ଘଣ୍ଟାରେ ହାରାହାରି ୨୬.୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ପରିମାଣ ୮.୮ ମିଲିମିଟର ତୁଳନାରେ ୨୦୩ ପ୍ରତିଶତ ଅଧିକ ରହିଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ସେପ୍ଟେମ୍ବର ମାସରେ ରାଜ୍ୟରେ ୨୮୫. ୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ୧୮୫.୪ ମିଲିମିଟର ତୁଳନାରେ ୫୩ ପ୍ରତିଶତ ଅଧିକ ରହିଛି । ଆଜି ଆଭୟନ୍ତରୀଣ ଓଡିଶା ସମେତ ରାଜ୍ୟର ଅନେକ ସ୍ଥାନରେ ହାଲୁକା ମଧ୍ୟମ ଧରଣର ବର୍ଷା ହେବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ଆସନ୍ତା କାଲି ପାଇଁ ସୁନ୍ଦରଗଡ଼, ଝାରସୁଗୁଡ଼ା, କେଉଁଝର, ମୟୂରଭଂଜ ଏହି ୪ ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।
ଅର୍ଗସ ବ୍ୟୁରୋ : ମହିମା ଧର୍ମାବଲମ୍ବୀ ଗାଁ ଅଙ୍ଗାରାବନ୍ଧରେ ମାଗଣା ସ୍ବାସ୍ଥ୍ୟସେବା ଶିବିର । ହାତ ପାହାନ୍ତରେ ଅଞ୍ଚଳବାସୀଙ୍କୁ ନିଶୁକ୍ଳ ସ୍ବାସ୍ଥ୍ୟସେବା ଯୋଗାଇ ଦେଲା ବିକାଶ ଫାଉଣ୍ଡେସନ । ଅନୁଗୁଳ ବ୍ଲକ ଅଙ୍ଗାରାବନ୍ଧ ଠାରେ ବିକାଶ ଫାଉଣ୍ଡେସନର ଅଭିନବ ପ୍ରୟାସକୁ ପ୍ରଶଂସା କରିଛନ୍ତି ଅଞ୍ଚଳବାସୀ । ବିକାଶ ଫାଉଣ୍ଡେସନ ପକ୍ଷରୁ ଏହି ମେଗା ସ୍ବାସ୍ଥ୍ୟ ସେବା ଶିବିର ଦ୍ବାରା ପ୍ରାୟ ୫୦୦ରୁ ଅଧିକ ଅଞ୍ଚଳବାସୀ ଲାଭନ୍ବିତ ହୋଇଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ସେହିଭଳି ଛେଣ୍ଡିପଦା ବ୍ଲକ୍ ଖମାର ବରସାହି ପଞ୍ଚାୟତ କାର୍ଯ୍ୟାଳୟଠାରେ ବିକାଶ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ମାଗଣା ସ୍ବାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଗସ୍ତି ବେହେରା, ଖମାର ବରସାହି ପଞ୍ଚାୟତ ସରପଞ୍ଚ କ୍ଷୀରୋଦିନ୍ ବେହେରା ପ୍ରମୁଖ ଯୋଗ ଦେଇ ଉଦଘାଟନ କରିଥିଲେ ।
ଭୁବନେଶ୍ବରର ବଡ଼ ବଡ଼ ମେଡ଼ିକାଲରୁ ମେଡିସିନ୍, ଅର୍ଥପେଡି, ଚର୍ମରୋଗ ଆଦି ବିଭାଗର ୮ ଜଣିଆ ଡାକ୍ତର ଟିମ୍ ସହ ନର୍ସ ଓ ଫାର୍ମାସିଷ୍ଟ ରହି ରୋଗୀଙ୍କୁ ପରୀକ୍ଷା ନୀରିକ୍ଷା କରି ମାଗଣାରେ ସମସ୍ତ ଔଷଧ ଦିଆଯାଉଛି ।
ଅର୍ଗସ ବ୍ୟୁରୋ : ଧାମନଗର ସ୍ବାସ୍ଥ୍ୟ କର୍ମଚାରୀ ବସନ୍ତ ସାହୁଙ୍କ ହତ୍ୟା ମାମଲାରେ ୫ ଦିନ ଜେରା ପରେ ଜେଲ ଗଲେ ଲିଙ୍ଗରାଜ ସାହୁ । ଗତ ୧୫ ତାରିଖରେ ରାତିରେ ଗୋବିନ୍ଦପୁର ଗ୍ରାମର ବସନ୍ତ ସାହୁଙ୍କୁ ଦୁବୃର୍ତ୍ତ ମାନେ ହତ୍ୟା କରି ଧାମନଗର କଲେଜ ନିକଟରେ ପକାଇ ଦେଇଥିଲେ । ବସନ୍ତ ସାହୁଙ୍କ ମୃତ ଉଦ୍ଧାର କରିବା ସହ ଧାମନଗର ପୋଲିସ ଜଣଙ୍କୁ ଗିରଫ କରିଥିଲା ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଧାମନଗର ପୋଲିସ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ଲିଙ୍ଗରାଜ ସାହୁଙ୍କୁ ୫ ଦିନ ଜେରା ପରେ ଜେଲ୍ ପଠାଇଛି ପୋଲିସ । ସେପଟେ ବସନ୍ତ ସାହୁଙ୍କ ପରିବର ଅଭିଯୋଗ ଅନୁଯାୟୀ ମୁଖ୍ୟ ଅଭିଯୁକ୍ତ ଅଜିତ ସାହୁ ଏବେବି ଫେରାର୍ ଅଛି । ତେବେ ଗିରଫ ହୋଇଥିବା ଲିଙ୍ଗରାଜ ସାହୁ ଓ ଅଜିତ୍ ସାହୁଙ୍କ ସହଯୋଗ ତଥା ବନ୍ଧୁ ଥିଲେ ।