ଅଧିକ ପଢନ୍ତୁ ଓଡ଼ିଶା ଖବର
ଢେଙ୍କାନାଳ: ସନ୍ଦେହ ଜନକ ଅବସ୍ଥାରେ କଏଦୀଙ୍କ ମୃତ୍ୟୁ। ହିନ୍ଦୋଳ ଉପ କାରାଗାରର କଏଦୀ ବିଜୟଙ୍କ ଦେହ ଅସୁସ୍ଥ ହେବାରୁ ଜେଲ୍ କର୍ତ୍ତୃପକ୍ଷ ହିନ୍ଦୋଳ ମେଡିକାଲରେ ଭର୍ତ୍ତି କରିଥଲେ।
ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ବିଜୟ ଜେଲ୍ ଭିତରେ ମୃତ୍ୟୁ ବରଣ କରିଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ଉତ୍ତରାଖଣ୍ଡର ନୈନିତାଲର ଜଙ୍ଗଲରେ ଭୟଙ୍କର ନିଆଁ । ଶହ ଶହ ହେକ୍ଟର ଜଙ୍ଗଲ ଜଳୁଛି । ନିଆଁ ଗୋଟିଏ ପରେ ଗୋଟିଏ ଅଂଚଳକୁ ବ୍ୟାପିବାରେ ଲାଗିଛି । ନିଆଁ ଏତେ ଭୟଙ୍କର ଜଳୁଛି ଯେ, ନିଆଁ ଲିଭାଇବାକୁ ବାୟୁସେନା ଓ ସ୍ଥଳସେନାର ସହାୟତା ନିଆଯାଛି । ବାୟୁସେନାର Mi-17 helicopter ଦ୍ବାରା ଭୀମତାଲ ହ୍ରଦରୁ ପାଣି ଆଣି ଲିଭାଯାଉଛି । ସେପଟେ ନିଆଁକୁ ଆୟତ୍ତ କରିବା ପ୍ରଶାସନ ପାଇଁ ବଡ ଚ୍ୟାଲେଜ ବୋଲି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ କହିଛନ୍ତି ।
ଅଧିକ ପଢ଼ନ୍ତୁ ଦେଶ ଖବର:
ଭୁବନେଶ୍ୱର: ରେକର୍ଡ ଭାଙ୍ଗୁଛି ଚଳିତ ବର୍ଷର ଏପ୍ରିଲ ମାସର ତାପମାତ୍ରା । ବିଗତ 12 ଦିନ ହେବ ରାଜଧାନୀ ଭୁବନେଶ୍ଵରର ତାପମାତ୍ରା ଲଗାତାର 40 ଉପରେ ରହିଥିବାବେଳେ ରାଜ୍ୟର ଅର୍ଦ୍ଧାଧିକ ଜିଲ୍ଲାରେ ମଧ୍ୟ ସମାନ ସ୍ଥିତି ଲାଗି ରହିଛି । ଏପ୍ରିଲ ମାସରେ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ଦୁଇଟି ସ୍ପେଲରେ 14 ଦିନ ହେବ ଉଷ୍ମ ଦିନ ରେକର୍ଡ ହୋଇସାରିଲାଣି । ଆଗକୁ କୌଣସି ବଡ଼ ବର୍ଷାର ସମ୍ଭାବନା ନଥିବାବେଳେ ମେ ମାସ ଦ୍ଵିତୀୟ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ ଏହିଭଳି ଉଷ୍ମ ଦିନ ସ୍ଥିତି ଲାଗି ରହିବ ।
ଖାଲି ସେତିକି ନୁହେଁ ଆଗାମୀ 48 ଘଣ୍ଟା ମଧ୍ୟରେ ରାଜ୍ୟର କିଛି କିଛି ସ୍ଥାନରେ ଦିନ ତାପମାତ୍ରାରେ ଆହୁରି 2°C ଯାଏଁ ବୃଦ୍ଧି ସମ୍ଭାବନା ରହିଛି । ଯାହା ପ୍ରଭାବରେ ଆଗାମୀ 4 ରୁ 5 ଦିନ ଯାଏଁ ରାଜ୍ୟର କିଛି ଜିଲ୍ଲାରେ ଉଷ୍ମ ପାଣିପାଗ ସ୍ଥିତି ଜାରି ରହିବା ସହ କିଛି ଜିଲ୍ଲାରେ ଭୀଷଣ ଗ୍ରୀଷ୍ମପ୍ରବାହରୁ ଗ୍ରୀଷ୍ମ ପ୍ରବାହ ସ୍ଥିତି ଲାଗି ରହିବ । ରାଜ୍ୟର ଉତ୍ତର ଓଡ଼ିଶା ଏବଂ ପଶ୍ଚିମ ଆଭ୍ୟନ୍ତରୀଣ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ସ୍ଥିତି ଅଧିକ ରହିବା ସହ ଅନ୍ୟାନ୍ୟ ଜିଲ୍ଲାରେ ମଧ୍ୟ ଆଦ୍ରତା ରହିବା ନେଇ ପାଣିପାଗ ବିଭାଗ ଆକଳନ କରିଛି ।
ଆବଶ୍ୟକ ନଥିଲେ ଦିନ 11 ଟା ରୁ 3 ଟା ମଧ୍ୟରେ ଘରୁ ବାହାରିବାକୁ ପାଣିପାଗ ବିଭାଗ ପକ୍ଷରୁ ବାରଣ କରାଯାଇଛି । ଗର୍ଭବତୀ, ହାର୍ଟ ରୋଗୀ, ଛୋଟପିଲା, ବୟସ୍କ ବ୍ୟକ୍ତି ବିଶେଷ ଯତ୍ନବାନ ହେବା ସହ ସତର୍କତା ଅବଲମ୍ବନ କରିବାକୁ ପାଣିପାଗ ବିଭାଗ ଏଲର୍ଟ ଜାରି କରିଛି ।
ଆହୁରି ପଢନ୍ତୁ ପାଣିପାଗ ଖବର...