ଏଠିକାର କଖାରୁ କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଭୁବନେଶ୍ୱର ଓ ସ୍ଥାନୀୟ ଅଞ୍ଚଳର ବେପାରୀ ଆସି ନେଉଥିବାବେଳେ ଏବେ ବେପାରୀମାନଙ୍କର ଦେଖା ନାହାନ୍ତି। ସେହିଭଳି ଦିଲ୍ଲୀ ଓ କଲିକତା ଭଳି ରାଜ୍ୟର ବଡ଼ବଡ଼ ବେପାରୀ ଏଠାକୁ ଆସି ନେଉଥିବା ବେଳେ ସେମାନଙ୍କର ଆଉ ଦେଖାନାହିଁ। ଫଳରେ କଖାରୁର ବିକ୍ରିହୋଇନପରିବାରୁ ବିଲରେ ଗଦାଗଦା ହୋଇ ରହିଛି କଖାରୁ।
ଧାରକରଜ ଓ ବ୍ୟାଙ୍କରୁ ଋଣ କରି ଚାଷୀ ବହୁ କଷ୍ଟରେ ଚାଷ କରି ଦି ପଇସା ଲାଭ ଅରିବବୋଲି ଆଶା ବାନ୍ଧିଥିଲା। ହେଲେ ସେତକ ବି ହୋଇପାରିଲା ନାହିଁ। ଏବେ ବ୍ୟାଙ୍କ ଋଣ ସାଙ୍ଗକୁ ହାତଉଧାରୀ ଟଙ୍କା ସୁଝିବା ଚିନ୍ତାରେ। ପ୍ରଶାସନ ସେମାନଙ୍କ ଋଣ ଛାଡସହ ଅଗ୍ରୀମ ଆର୍ଥିକ ସହାୟତା ଯୋଗାଇଦେବାକୁ ଚାଷୀ ଦାବି କରିଛନ୍ତି।
ଅଧିକ ପଢ଼ନ୍ତୁ ଓଡିଶା ଖବର: