ତେବେ ସେବାୟତଙ୍କ ପାଇଁ ଗୁରୁକୂଳ ସ୍ଥାପନ , ଆବାସ ଯୋଜନା ଆଦି ପ୍ରସଙ୍ଗରେ ଆଲୋଚନା ହେବ । ସେପଟେ ଦିନ 11ଟାରେ ଗୁରୁକୂଳ ସବ କମିଟି ବୈଠକ ହୋଇଛି । ଗଜପତିଙ୍କ ଅଧ୍ୟକ୍ଷତାରେ ହେବ ପ୍ରଥମ ବୈଠକ । ଗୁରୁକୁଳ ନେଇ ପ୍ରସ୍ତୁତ ହେବ ବାଇ-ଲ । ବାଇ ଲରେ ଗୁରୁକୂଳର ରୂପରେଖ ଆଦି ନେଇ ଆଲୋଚନା ପରେ ଗୁରୁକୁଳ ନିର୍ମାଣ କରିବା ସଂସ୍ଥା ଆଦିତ୍ୟ ବିର୍ଲା ସହ ହେବ ଏମଓୟୁ । ଅପରାହ୍ନରେ ଶ୍ରୀମନ୍ଦିର ପରିଚାଳନା କମିଟିରେ ପ୍ରସ୍ତାବ ପରେ ଏହା ଅନୁମୋଦନ ଲାଭ କରିବ ।
ଅପରାହ୍ନ ସାଢେ ୪ଟାରେ ନୀଳାଦ୍ରି ଭକ୍ତ ନିବାସରେ ହେବ ବୈଠକ

ଅର୍ଗସ ବ୍ୟୁରୋ: ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଅପରାହ୍ନ ସାଢେ 4ଟାରେ ନୀଳାଦ୍ରି ଭକ୍ତ ନିବାସରେ ହେବ ବୈଠକ । ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ବୈଠକ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ପ୍ରସଙ୍ଗ ଉପରେ ହେବ ଆଲୋଚନା । ସ୍ନାନପୂର୍ଣିମା ଓ ରଥଯାତ୍ରା ପ୍ରସ୍ତୁତି ନେଇ ମଧ୍ୟ ହେବ ଆଲୋଚନା ।
Download Argus News App
