ଆଜି ବସିବ ଚଳିତବର୍ଷ ରଥଯାତ୍ରାର ପ୍ରଥମ ସମନ୍ବୟ ବୈଠକ ବସିଥିଲା । ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ ହୋଇଛି । ପୁରୀ ପୌରସଦନରେ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ବସିଥିଲା ପ୍ରଥମ ରଥ ସମନ୍ବୟ କମିଟି ବୈଠକ । ବୈଠକରେ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ସେମାନଙ୍କ ବିଭାଗର ଆକ୍ସନ ପ୍ଲାନ ରିପୋର୍ଟ ଦାଖଲ କରିଥିଲେ । ପୂର୍ବରୁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଦୁଇଦୁଇ ଥର ହୋଇଥିବା ପ୍ରସ୍ତୁତି ବୈଠକରେ ସବୁ ଅଧିକାରୀଙ୍କୁ ଡେଡ୍ ଲାଇନ ଦିଆଯାଇଥିଲା ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ପ୍ରଶାସନିକ ସ୍ତରରେ ବୈଠକକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ବାସ୍ତବିକ ବିଭାଗୀୟ ଅଧିକାରୀମାନେ ସେତେଟା ତତ୍ପରତା ଦେଖାଇନାହାନ୍ତି । ରାସ୍ତା ମରାମତି, ନାଳ ସଫା, ବିଦ୍ୟୁତ ଇତ୍ୟାଦିର ଅବ୍ୟବସ୍ଥା ଏବେବି ପରିଲକ୍ଷିତ ହେଉଛି । ତେଣୁ ଏସବୁ ଭିତରେ ଆଗକୁ ରଥଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ବିଭାଗ ଗୁଡିକ କେତେ ସକ୍ରିୟ ଅଛନ୍ତି ତାହାର ଆକ୍ସନ ପ୍ଲାନ, ରିପୋର୍ଟ ଦାଖଲ ପରେ ସ୍ପଷ୍ଟ ହେବ ।